ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦେଖିଛି ମନ୍ଦିର ଯାଇଛି ମନ୍ଦିର
     ବୁଲି ବେଢା ଚାରି ପାଖ
ଭଜନ ଜଣାଣ ସଂଗୀତ ଗାଉଛି
    ଜଣାଇଛି ମୋର ଦୁଃଖ।
ତାଧଣ୍ଡା ତୂଳସୀ ପାଦୁକା ପାଇଛି
    ଚନ୍ଦନ ନାଇଛି ମୁଣ୍ଡେ
ଫୁଲ ଦେଇ ପୂଜା ପ୍ରାର୍ଥନା କରୁଛି
    ବିଶ୍ଵ ଶାନ୍ତି ରଖ ଦଣ୍ଡେ।
ତା ବାନା ଉଡୁଛି ଦର୍ଶନ ଦେଉଛି
     ଜଗତର ଦୁଃଖ ହର
ଚାହିଁଦେଲେ ଥରେ ମନମୋର ପୁରେ
    ମୋ ଭକ୍ତି ତାଙ୍କ ପୟର।
ଦୁଃଖ ସୁଖ ବନ୍ଧୁ ଛାଇ ପରି ଥାଏ
   ସଦା ହୃଦୟ ସାଥୀରେ
ପଥକୁ କହୁଛି ଆଗକୁ ନେଉଛି 
   କହେ ଏ ପଥେ ଯା’ ରେ।
ତା ନାମ ଧରୁଛି ସ୍ମରଣ କରୁଛି
    ସକାଳ ସନ୍ଧ୍ୟା ପ୍ରାର୍ଥନା
ଦିବସ ରଜନୀ ଯେତେ ଯାହା ପାପ
   ତ୍ରୁଟି କରିବ ମାର୍ଜନା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

 

Related posts

ବର୍ଷା ଓ ପବନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିଲା : ଘର ଭାଙ୍ଗିଲା

Sunil Chandra Nayak

କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ଦ୍ବିତୀୟ ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ

Sunil Chandra Nayak

Leave a Comment

error: Content is protected !!