ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

 ଡାବୁଗାଁ, ୨୭/୯ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ସୂଚନାଯୋଗ୍ୟ ଉମରକୋଟ ଥାନା ଅଧୀନ ବକୋଦା ଗ୍ରାମର ୧୭ ବର୍ଷର ନାବାଳକ ଗ୍ରାମପାଖ ଉମୁରାଗାଁ ଗ୍ରାମର ଜଣେ ୧୭ ବର୍ଷର ନାବାଳିକା ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଉକ୍ତ ନାବାଳିକା ନିଜ ବଡ ଭଉଣୀ ଘର ଡାବୁଗାଁ ଥାନା ଅଧୀନ ଫୁକାଗୁଡା ଗ୍ରାମକୁ ଯାଇଥିଲା | ୧.୨.୨୨ ତାରିଖ ଦିନ ସନ୍ଧ୍ୟାରୁ ଘରେ ନଜଣାଇ କେଉଁ ଆଡେ ଚାଲି ଯାଇଥିଲା | ଏନେଇ ନାବାଳିକାର ବଡ ଭଉଣୀ ନିଜ ବଡ ଭାଇକୁ ନାବାଳିକା କେଉଁ ଆଡେ ଚାଲିଯାଇଥିବା ଖବର ଦେଇଥିଲେ | ଖବର ପାଇବା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ | ପରେ ଖବର ପାଇଥିଲେ ଯେ ବକୋଦା ଗ୍ରାମର ଜଣେ ନାବାଳକ ତାଙ୍କ ନାବାଳିକା ଝିଅକୁ ନେଇ କେଉଁ ଆଡେ ଚାଲି ଯାଇଛି | ଏନେଇ ନାବାଳିକାର ଭାଇ ୫.୨.୨୨ରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୨୨/୨୨ ରେ ଏକ ମାମଲା ରୁଜୁ ପୋଲିସ ତଦନ୍ତ ଜାରି ରଖିଥିଲା | ସେହି ଦିନ ଠାରୁ ଦୁହେଁ ଫେରାର ଥିଲେ | ସୋମବାର ପୋଲିସ ଖବର ପାଇଥିଲା ଯେ ନାବାଳିକା ଓ ନାବାଳକ ଦୁହେଁ ଆସି ନାବାଳକର ଘର ବକୋଦା ଗ୍ରାମରେ ଅଛନ୍ତି | ପୋଲିସ ଉକ୍ତ ଗ୍ରାମକୁ ଯାଇ ନାବାଳକକୁ ଧରି ଥାନାକୁ ଆଣିଥିଲା | ମଙ୍ଗଳବାର ସକାଳେ ନାବାଳିକାକୁ ଥାନାକୁ ଆଣିଥିଲା | ପରେ ୨ ଜଣ ଙ୍କର ଡାକ୍ତରୀ ମାଇନା କରାଯାଇଥିଲା | ନାବାଳିକାକୁ ଡାବୁ ଗାଁ ସ୍ୱଳ୍ପ କାଳୀନ ଆବାସ ଗୃହରେ ରଖାଯାଇଛି | ନାବାଳକକୁ ନବରଙ୍ଗପୁର ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭେନାଲ ଜଷ୍ଟିସ ବୋର୍ଡ ନିକଟରେ ହଜାର କରାଯାଇଛି | ପରେ ନାବାଳକ କୁ ଭାବନିପାଟଣା ସ୍ଥିତ ବାଳ ସୁଧାର ଗୃହରେ ଛଡା ଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ତଲାଗାଁ ଠାରେ ମା କାଳି ବାହୁଡ଼ି ଙ୍କ ପଣାଢଳା ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଡ଼.ଗୋପୀନାଥ ବାଗ ଙ୍କ ଓଡ଼ିଆ କବିତା ଇଂରାଜୀ ରେ ଉନ୍ମୋଚିତ, ବିଭିନ୍ନ ମହଲ ରୁ ଶୁଭେଚ୍ଛା

Sunil Chandra Nayak

ମୟୂରଭଞ୍ଜ – ଶିକ୍ଷାନୁଷ୍ଠାନର ସମସ୍ତ ଦାୟିତ୍ବ ସ୍ଵୟଂ ସହାୟିକା ଗୋଷ୍ଠୀକୁ ସଂପୁର୍ଣ୍ଣ ହସ୍ତାନ୍ତର କରାଯିବାପାଇଁ ସବୁବର୍ଗର ଶିକ୍ଷକଙ୍କ ଦାବି

Leave a Comment

error: Content is protected !!