ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦାବି ନେଇ ଡିଆଇଜି ଙ୍କୁ ଚିଠି ଲେଖିଲେ ଭିଏଚପି ନେତା

ରାଉରକେଲା –  ବିଗତ କିଛି ଦିନ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଜଗତଜନନୀ ମା ଦୁର୍ଗାଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ଓ ହିନ୍ଦୁ ଧାର୍ମିକ ଅଧିକାରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏନେଇ ଭିଏଚପି ନେତା ଶ୍ରୀ କୁସୁମ ଆଜି ରାଉରକେଲା ଡ଼ିଆଇଜି ନୀତି ଶେଖରଙ୍କୁ ଚିଠି ଲେଖିଥିବା ବେଳେ ମା ଦୁର୍ଗାଙ୍କ ପୂଜା ଉତ୍ସବରେ ରାଉରକେଲା ସମେତ ସୁନ୍ଦରଗଡ଼ ସଦର ଓ ବଣାଇ ଉପଖଣ୍ଡରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହା ସହିତ ମହିଳା ଓ ବରିଷ୍ଠ ନାଗରିକଙ୍କ ଶୃଙ୍ଖଳିତ ଦର୍ଶନକୁ ଅଧିକ ପ୍ରାଧାନ୍ୟ ଦେବାକୁ ନିବେଦନ କରିଛନ୍ତି । ଡ଼ିଆଇଜିଙ୍କୁ ପ୍ରେରଣ କରିଥିବା ଚିଠିରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ, ମା ଦୁର୍ଗାଙ୍କ ପୂଜା ଉତ୍ସବ ସୁନ୍ଦରଗଡ଼ ଜିଲ୍ଲାରେ ବସବାସ କରୁଥିବା ହିନ୍ଦୁ ଧର୍ମାବଲମ୍ବୀଙ୍କର ଏକ ପ୍ରମୁଖ ପାର୍ବଣ ହୋଇଥିବା ବେଳେ ଏହାକୁ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ପରମ୍ପରା ମଧ୍ୟ ରହିଛି । ଏହି ଅବସରରେ ସଦର ଉପଖଣ୍ଡରେ ଭାଇ ଜିଉଁନ୍ତିଆ ଧୁମଧାମରେ ପାଳନ ହେଉଥିବା ବେଳେ ବଣାଇ ଉପଖଣ୍ଡରେ କନ୍ତଦେବୀଙ୍କ ନଗର ପରିକ୍ରମା ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ସେଥିପାଇଁ ମୁଖ୍ୟତଃ ମାଆ ଭଉଣୀ ମାନଙ୍କର ବହୁଳ ମାତ୍ରାରେ ସମାଗମ ହେଉଥିବା ବେଳେ ରାସ୍ତାଘାଟରେ ସବୁବେଳେ ମା ଭଉଣୀଙ୍କ ଚଳପ୍ରଚଳ ଲାଗି ରହିଥାଏ । ତେବେ ବର୍ତ୍ତମାନ ଜିଲ୍ଲା ଭିତରକୁ ବହୁ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀ ପଶି ଆସିଥିବା ଯୋଗୁଁ ଦଶହରାରେ ବଡ଼ ଅଘଟଣ ଘଟିବାର ବହୁ ଆଶଙ୍କା ରହିଛି । କାରଣ ଯେଉଁ ସ୍ଥାନରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ, ସେଠାରେ ହିନ୍ଦୁ ପାର୍ବଣ ଓ ଆସ୍ଥା ଉପରେ ଆକ୍ରମଣ ହେବାର ଅନେକ ଦୃଷ୍ଟାନ୍ତ ରହିଛି । ତେଣୁ ବାଂଲାଦେଶୀଙ୍କ ଗତିବିଧି ପ୍ରତି ପୁଲିସ ବିଭାଗ ତିକ୍ଷ୍ଣ ନଜର ରଖିବା ସହିତ ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଭିଏଚପି ନେତା ଶ୍ରୀ କୁସୁମ ଦାବି କରିଛନ୍ତି । ତାସହିତ ସମସ୍ତ ରାସ୍ତାଘାଟରେ ପୁଲିସ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ସେ ଦାବି କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଭାଷା ସାହିତ୍ୟ ସଂସ୍କୃତି ବିଭାଗ “ଚରୈ ବତି “ଉନ୍ମୋଚିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା/ ବିଭୀଷଣ କୁହନ୍ତି

Sunil Chandra Nayak

ଦାସିଗାଁରେ ବନ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!