ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ କିଶାନ ସଂଘର ଜ଼ିଲ୍ଲା କାର୍ଯ୍ୟକାରୀ ବୈଠକ

ବୌଦ୍ଧ -19/10- ଭାରତୀୟ କିଶାନ ସଂଘର ଜ଼ିଲ୍ଲା କାର୍ଯ୍ୟକାରୀ ବୈଠକ ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କର ଅଧ୍ୟକ୍ଷତାରେ ଜହ୍ନlପଙ୍କ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡିଶା, ଆସାମ ଓ ପଶ୍ଚିମବଙ୍ଗ ର ସଂଗଠନ ମନ୍ତ୍ରୀ ଶ୍ରୀ ଯୁକ୍ତ ଶ୍ରୀନିବାସ ଜି ମୁଖ୍ୟ ଅତିଥି ଓ ଅଖିଳ ଭାରତୀୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀକେଦାରନାଥ ମିଶ୍ର ମୁଖ୍ୟ ବ୍ୟକ୍ତା ହିସାବରେ ଯୋଗଦାନ କରି ସଂଘର ଆଭିମୁଖ୍ୟ, ସଂଗଠନ ର ରୂପରେଖ, ବର୍ଗ ପ୍ରଶିକ୍ଷଣ ଶିବିର ଜ଼ିଲ୍ଲା ର ସମସ୍ୟା ଓ ଆସନ୍ତା ଡିସେମ୍ବର 19ରେ ଦିଲ୍ଲୀରେ ହେବାକୁଥିବା ଚାଷୀ ଗର୍ଜନ ସମାବେଶରେ ବୌଦ୍ଧ ଜ଼ିଲ୍ଲା ର ଉପସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ଆଗାମୀ ଦିନରେ ଜଳସେଚନରେ ଅବହେଳିତ ବୌଦ୍ଧ ଜ଼ିଲ୍ଲାରେ ସାଲୁଙ୍କି ନଦୀର ଗମ୍ଭୀରାଦରହ, ଖଡ଼ଙ୍ଗ ନଦୀର ସଡେଙ୍ଗ ଠାରେ ଜଳ ଭଣ୍ଡାର ନିର୍ମାଣ, ଧଳପୁର, ରାମଗଡ଼ ସମ୍ପୋଚ ଠାରେ ଜଳ ସେଚନ ବିଭାଗ ଦ୍ଵାରା ଅନୁମୋଦିତ ମେଗା ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ଦୁର୍ବାର ଆନ୍ଦୋଳନ କରିବା ପାଇଁ ସ୍ଥିର କରାଗଲା l ଦିଲ୍ଲୀର ଚାଷୀ ସମାବେଶରେ ପ୍ରାୟ ପାଞ୍ଚ ଲକ୍ଷ ଚାଷୀଙ୍କ ସମାବେଶରେ ନିମ୍ନକ୍ତ ଦାବି ଗୁଡାକ କେନ୍ଦ୍ର ସରକାରଙ୍କ ଠାରେ ଉପସ୍ଥାପନ କରାଯିବ l ଚାଷୀ ମାନଙ୍କର କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ ବଦଳରେ ଲାଭକରି ମୂଲ୍ୟ ପ୍ରଧାନ କରାଯାଉ l ପ୍ରଧାନମନ୍ତ୍ରୀ କିଶାନ ସମ୍ମାନିଧିର ପରିମାଣ ମୂଲ୍ୟ ସୂଚ୍ୟାଙ୍କ ଅନୁସାରେ ସ୍ଥିର କରି ଚାଷୀଙ୍କୁ ଦିଆଯାଉ l ଚାଷୀମାନଙ୍କ ଠାରୁ ବିହନ, ସାର,ଔଷଧ ଓ କୃଷି ଯନ୍ତ୍ର ପାତିରେ gst ଲାଗୁ କରା ନ ଯାଉ ଫଳରେ ଚାଷ ପାଇଁ ହେଉଥିବା ଖର୍ଚ୍ଚ କମିଯିବ ଓ ଚାଷୀ ଲାଭବାନ ହେବେ l ଭାରତରେ ପ୍ରଚଳିତ କୃଷି ଜାତ ଦ୍ରବ୍ୟ ର ଆମଦାନୀ ଓ ରପ୍ତାନି ନୀତିକୁ ବଦଳାଇ ଚାଷୀ ଓ ଖାଉଟି ମାନଙ୍କର ତଥା ଦର ଦାମ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ନୂତନ ନୀତି ପ୍ରଣୟନ କରାଯାଉ l ସବାଶେଷରେ ରାଜ୍ୟ ସମ୍ପାଦକ ଶ୍ରୀବିସିକେଶନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକ ରେ ଦୂତୀ ବାହନକମ୍ପ, ଲବକିଶୋର ପ୍ରଧାନ, ନିରଞ୍ଜନ ଗିରି, ଗୋପାଲଜି ଦାସ, ନବୀନ କୁମାର ପ୍ରଧାନ, ଧିରେନ ସାହୁ, ଚକସ ମହାକୁଡ଼, ସୁରେଶ ମହାକୁଡ଼, ଦାଶରଥି ବାରିକ, ପ୍ରଦୀପ ଚାନ୍ଦ, ଭୋଳାଗିରି ସାହୁ, ସୁଶୀଲ କୁମାର ଭୋକ୍ତା, ପ୍ରକାଶ କୁମାର ଦାସ ପ୍ରମୁଖ ପ୍ରାୟ ପଚାଶ ଜଣ କର୍ମକର୍ତ୍ତା ଯୋଗ ଦେଇଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ଟାସ୍କଫୋର୍ସ ଉପରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

କାମାକ୍ଷା ନଗରରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଶୀତୁଆ ସକାଳ 

Sunil Chandra Nayak

Leave a Comment

error: Content is protected !!