ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମରକୋଟରେ ଥିବା ଏଲ୍ ଆଇ ସି କାର୍ଜ୍ୟାଳୟ ର ୧୪ତମ ଜନ୍ମ ଦିବସ ପାଳିତ

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ଭରତୀୟ ଜୀବନ ବୀମାନିଗମ ଶାଖା କାର୍ଜ୍ୟାଳୟ ଅଧିନରେ ଥିବା ଉମରକୋଟ ସେଟ୍ ଲାଇଟ କାର୍ଜ୍ୟାଳୟ ପାଳନ କଲା ତାର ୧୪ ତମ ଜନ୍ମ ଦିବସ ।ଏହି ଅବସରରେ ସେଟ୍ ଲାଇଟ୍ ଅଫିସ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ବେହେରା ଓ ଅତିରିକ୍ତ ଶାଖା ପରିଚାଳକ ପ୍ରଶାନ୍ତଚୌଧୁରୀ,ଏ ଓ ବନଜିତ୍ ମଜୁମଦାର ଙ୍କ ସହ କାର୍ଜ୍ୟାଳୟର ସମସ୍ତ କର୍ମଚାରୀ ଙ୍କ ପ୍ରଚେଷ୍ଠାରେ ଅଭିକର୍ତ୍ତାମାନଙ୍କୁ ଓ ମୁଖ୍ୟଅତିଥି ମାନଙ୍କୁ ନେଇ ଜନ୍ମଦିନର ୧୪ଟି କ୍ୟାଣ୍ଡେଲ୍ ଜଳାଇ କେକ୍ କାଟି ମହା ସମାରୋହରେ ପାଳନ କରିଥିଲେ।ମୁଖ୍ୟ ଅତିଥିରୁପେ ଏସ୍ ଡି ଏମ ଶ୍ରୀକାନ୍ତ ଦାରା,ସମ୍ମନୀତ ଅତିଥି ପ୍ରଡକ୍ଟ ମ୍ୟାନେଜର ପ୍ରଳୟ କୁମାର ନାୟକ,ବରିଷ୍ଠ ଡିଓ ତପନ ପାଲ୍,ଲିଙ୍ଗରାଜ ମହାନ୍ତି ଓ ଅନ୍ୟ ଡି ଓ ମାନେ ଉପସ୍ତିତ ରହିଥିଲେ। ଆଜି ଦିନରେ ୫ଟି ପଲିସ୍ ଦେଇ ପୁରସ୍କ୍ରୁତ ହୋଇଥିଲେ।ପଲିସ ଦେଇ ଭଲ କାର୍ଜ୍ୟ କରିଥିବା ଅଭିକର୍ତ୍ତା ଭାଇ ଓ ଭଉଣୀ ମାନଙ୍କୁ ମଧ୍ୟ ପୁରସ୍କ୍ରୁତ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ମାନେ ଅଭିକର୍ତ୍ତା ଭାଇ ଓ ଭଉଣୀମାନଙ୍କୁ ପ୍ରତି ପରିବାର କୁ ଆର୍ଥିକ ସୁରକ୍ଷା ଦେବା ସହିତ ଦେଶର ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବା ପାଇଁ ବ୍ୟାପକ ବହୁ ମୁଲ୍ୟବାନ ଉପଦେଶ ପ୍ରଦାନ କରି ଅଭିକର୍ତ୍ତା ମାନଙ୍କୁ ଆଗେଇ ଜିବା ନେଇ ଆହ୍ଵାନ ଦେଇଥିଲେ।ଶେଷରେ ବରିଷ୍ଠ ଅଭିକର୍ତ୍ତା ସିଦ୍ଧେଶ୍ଵର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ ଜନ୍ମଦିନ ପାଳନ ସମାପନ କରାଜାଇଥିଲା।ସମସ୍ତେ ଜନ୍ମଦିନରେ ସୁମିଷ୍ଟ ମଧ୍ୟାହ୍ନ୍ ଭୋଜନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

କବିତା – କହିବ କି ସତ?

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା କେନ୍ଦେରା

Sunil Chandra Nayak

Leave a Comment

error: Content is protected !!