ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ଦାନା ବାନ୍ଧୁଛି ଆନ୍ଦୋଳନ : ବିଧାନ ସଭା ସମ୍ମୁଖରେ ଧାରଣା ପାଇଁ ସଜବାଜ

ମ.ରାମପୁର, ୨୭/୧୧(ମସୀହା) ନବେ ଦଶକରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳବାସୀଙ୍କ ତରଫରୁ ହେଇ ଆସୁଥିବା ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ ପୁଣି ଥରେ ଏବେ ଦାନା ବାନ୍ଧୁଛି l ମଦନପୁର -ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେବା ଉଦ୍ଦେଶ୍ୟରେ ତତକାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନିକଟରେ ଦାବୀ ପତ୍ର ଦିଆଯାଇଥିଲା ନବେଦଶକରେ, ଟୁର୍ଚ୍ଚି ନିକଟରେ ଉତେଇ ନଦୀ ବିଜ୍ର ଉଦଘାଟନ ସମାରୋହ ଅବସରରେ । ସେହି ଦିନଠାରୁ ବିଭିନ୍ନ ସମୟରେ ମ.ରାମପୁର ଜାଗରଣ ମଞ୍ଚ, ଆଦିବାସୀ ମିଳିତ ସଂଗ୍ରାମ ମଂଚ,ଓକିଲ ସଂଘ ତଥା ବିଭିନ୍ନ ରାଜନୈତିକ ଦଳ ସିପିଆଇଏମ, କଂଗ୍ରେସ, ବିଜେପି ଦଳ ବିଭିନ୍ନ ସମୟରେ ଦାବି କରି ଆସୁଛି l ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚ ମାସେ ଧରି ଧାରଣାରେ ବସିଥିଲା l ଓଡ଼ିଶା ଲୋକସେବା ଭବନ ସମ୍ମୁଖରେ ମଧ୍ୟ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ନେଇ ଆଗାମୀ ଦିନରେ ଗଣ ଧାରଣା ଦେବାକୁ ନିଷ୍ପତି ନେଇଛି l ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ନେତା, ମନ୍ତ୍ରୀ ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କୁ ବିଭିନ୍ନ ସମୟରେ ଦାବି ପାତ୍ର ଦେଇ ଆସୁଛି l ତେବେ ଦେଖାଗଲେ ଭୌଗୋଳିକ ଦୃ୍‌ଷ୍ଟି କୋଣରୁ ମ.ରାମପୁର ବ୍ଲକର ଶେଷ ଗାଁ ଲୁବେନଡ ଠାରୁ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାକୁ ଦୂରତା ପ୍ର୍ରାୟ ଦେଢଶହ କିଲୋମିଟର ହେଉଥିବାବେଳେ କର୍ଲାମୁଣ୍ଡା ବ୍ଲକର ଶେଷ ଗାଁକୁ ମଧ୍ୟ ଜିଲ୍ଲା ମୁଖ୍ୟାଳୟର ଦୂରତାପ୍ରାୟ ଏକଶହ କିଲୋମିଟର । ନର୍ଲା ବ୍ଲକ ଓ କର୍ଲାମୁଣ୍ଡା ବ୍ଲକର ମଧ୍ୟବର୍ତ୍ତି ସ୍ଥାନରେ ରହିଛି ମ.ରାମପୁର ବ୍ଲକ । ଏହି ଅଂଚଳଟି ଆଦିବାସୀ ଅଧ୍ୟୁଷିତ ହେଇଥିବା କାରଣରୁ ବିଭିନ୍ନ କାର୍ଯ୍ୟ ପାଇଁ ଜିଲ୍ଲା କାର୍ଯ୍ୟାଳୟକୁ ଲୋକ ଗଲେ ସେଠାରେ ଖର୍ଚ୍ଚାନ୍ତ ହେବା ସହିତ ରାତି ଯାପନ କରିବାକୁ ପଡ଼େ l ଯାହା ଫଳରେ ସାଧାରଣ ଗରିବ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥାଏ । ଏକ ଉପଯୁକ୍ତ ଦାବୀ ନେଇ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଆନ୍ତରିକତା ଓ ଆବଶ୍ୟକତା ରହିଥିବା କାରଣରୁ ବିଭିନ୍ନ ସମୟରେ ଦିନ ଦିନ ଧରିଗଣଧାରଣା,ବନ୍ଦପାଳନ, ରାସ୍ତାରୋକ, କରି ରାଜସ୍ବ ଉପଖଣ୍ଡ ମାନ୍ୟତା ମୁଖ୍ୟ ପ୍ରସଙ୍ଗ କରି ଦାବୀ ଉପସ୍ଥାପନ କରାଯାଉଛି । ଅଞ୍ଚଳ ବାସୀଙ୍କ ଦୀର୍ଘ ପ୍ରାୟ ତିରିଶ ବର୍ଷ ଧରି ଏକ ନ୍ୟାର୍ଯ୍ୟ ଦାବୀକୁ ସରକାର ଗୁରୁତ୍ୱ ପ୍ରସଙ୍ଗ ଭାବରେ ବିଚାରକୁ ନେଇ ଏଦିଗରେ ଉଚିତ ପଦକ୍ଷେପ ନେବା ଉଚିତ ବୋଲି ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତୀ, ବରିଷ୍ଠ ଆଇନଜୀବି ଜୟ କୁମାର ସିଂହ ଦେଓ, ବୁଦ୍ଧିଜୀବି ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ସୂଚନା ଥାଉକି ଗତ ଜୁନ୍‌ମାସ ୧୩ ତାରିଖରେ ଆଦିବାସୀ ମିଳିତ ସଂଗ୍ରାମ ମଂଚ ତରଫରୁ ଶୋଭାଯାତ୍ରା ଓ ମାସାଧିକାଳ ତହସିଲ କାର୍ଯ୍ୟାଳୟ ପାର୍ଶ୍ୱରେ ଗଣଧାରଣା ଦିଆଯାଇ ଆଗାମୀ ଦିନରେ ଓଡ଼ିଶା ଲୋକ ସେବା ଭବନ ସମ୍ମୁଖରେ ବିଶାଳ ଜନ ସମାବେଶ ପାଇଁ ଆହ୍ୱାନ ଦିଆଯାଇଥିଲା l ଏବେ ଏହି ମଂଚ   ବିଧାନସଭା ଆଗରେ ଧାରଣା ଦେବାକୁ ସଜବାଜ ହେଉଛି ବୋଲି ଏହି ମଂଚର ସଭାପତି ଶ୍ରୀ ମାଝୀଏବଂ ଆବାହକ ବିଭୂତି ଭୂଷଣ ମହାଖୁଡ଼ ସୂଚନା ପ୍ରଦାନ କରିଛନ୍ତି l ସେହିପରି ଜାଗରଣ ମଞ୍ଚ ମଧ୍ୟ ଗତକାଲି ଏନେଇ ଏକ ବୈଠକ କରିଛି l ଏଥିରେ ମ.ରାମପୁର କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି ଉପରେ ଆଲୋଚନା କରି ଏକ ସର୍ବ ଦଳୀୟ ସଂଘ ଗଠନ ପାଇଁ ନିଷ୍ପତି ହୋଇଛି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଲଗାଣ ବର୍ଷାରେ କ୍ଷୟକ୍ଷତି ପରିବାର କୁ ଭେଟି ପ୍ରତିକାର ର ପ୍ରତିଶୃତି ଦେଲେ ବିଧାୟକ

Sunil Chandra Nayak

ମାଣ୍ଡେଲ ଠାରେ ଭାଗବତ ପ୍ରବଚନ ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!