ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ

ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ  ଉପାନ୍ତ ତଥା ବୁଡି ଅଞ୍ଚଳର ଅର୍ଡି ଗ୍ରାମ ପଞ୍ଚାୟତର ଖଟିଖିଆ,ଦିନ ମଜୁରିଆ,ଅସହାୟ ଓ ବିଧବା ମହିଳା ତଥା ଅତ୍ୟନ୍ତ ଗରୀବ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ଏକ ହଜାରରୁ ଉର୍ଦ୍ଧ୍ଵ ନିରୀହ ଲୋକମାନଙ୍କୁ ରୋଷେଇ ସାମଗ୍ରୀ(କିଚେନ ସେଟ) ବାଲଟି,ମଗ,ଦୈନନ୍ଦିନ ଆବଶ୍ୟକ ଉପକରଣ(ହାଇଜିନ କିଟ୍),ହାତ ପୋଛା ଗାମୁଛା, ଶୀତବସ୍ତ୍ର କମ୍ବଳ ପ୍ରଭୃତି ପ୍ରଦାନ କରାଯାଇ ଥିଲା ।କଳାହାଣ୍ଡି ଜିଲ୍ଲା ରେଡକ୍ରସ ତତ୍ତ୍ୱାବଧାନରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ,ଜୁନିୟର ରେଡକ୍ରସ, ରେଡକ୍ରସର ଆଜୀବନ ସଦସ୍ୟ ବିଭିନ୍ନ ବିଭାଗର ସ୍ବେଚ୍ଛାସେବୀ, ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ।ଏହି ସେବା କାର୍ଯ୍ୟକ୍ରମରେ ଅଞ୍ଚଳର ଜଣାଶୁଣା ସମାଜସେବୀ ମାଣିକ୍ୟ ନାଏକ, ଥୁଆମୂଳ ରାମପୁର କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା,ଜିଲ୍ଲା ଯୁବରେଡକ୍ରସ ଆବାହକ ସଂପାଦକ ସଂଜିବ କୁମାର ସାହୁ,ଜିଲ୍ଲା ଯୁବରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା,ଆଜୀବନ ସଦସ୍ୟ ଲିଗଂରାଜ ପାତ୍ର,ଆଜୀବନ ସଦସ୍ୟ ଓ ଜିଲ୍ଲା ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି, ସୁଧିର କୁମାର ପଣ୍ଡା,ଭବାନୀ ଶଙ୍କର ପଣ୍ଡା, ନୃସିଂହାନନ୍ଦ ସାସମଲ,ବିଭୁତି ପଟ୍ଟନାୟକ, ସଂଜିବ କୁମାର ମୁଣ୍ଡ,ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତା ନାରାୟଣ ପ୍ରଧାନ,ସୁଦାମ ଚରଣ ମିଶ୍ର, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରୀଆଲ ଯୁବ ସଂଗଠନର ସଂପାଦକ ଅବିନାଶ ମୁଣ୍ଡ, ଯୁବ ସଂଗଠକ ପ୍ରଭାତ ଦାଶ,ସଭ୍ୟ ନିରଞ୍ଜନ ହାତୀ, ,ଓଟିଭି ଜିଲ୍ଲା ପ୍ରତିନିଧି ଇଂଗୀତ ପଣ୍ଡା,କ୍ୟାମେରା ମ୍ୟାନ କୃଷ୍ଣ ନାଏକ, ସ୍ଥାନୀୟ ସରପଞ୍ଚ ନନ୍ଦିନୀ ମାଝୀ,ସମିତି ସଭ୍ୟା ଥୁଆମୂଳ ରାମପୁର ଜିପି ସମିତିସଭ୍ୟା ପୁଷ୍ପାଞ୍ଜଳି ନାଏକ,ସମାଜସେବୀ ଭାରତ ଭୁଷଣ ଦଣ୍ଡସେନା,ସାମ୍ବାଦିକ କୁମେଶ୍ୱର ଠାକୁର, ଲାଲଜୋର ନାଏକ,ସାନ ନାଏକ,ସ୍ବେଚ୍ଛାସେବୀ ଉପେନ୍ଦ୍ର ନାଏକ,ପ୍ରଫୁଲ୍ଲ ନାଏକ,ସସ୍ମିତା ନାଏକ,ଅରୁଣ ନାଏକ,ଚଂପା ନାଏକ,ମମିତା ନାଏକ,ପଙ୍କରିତା ନାଏକ,ରୋହିଣୀ ନାଏକ,ଚଂପା ମାଝୀ, ପୁଷ୍ପାଞ୍ଜଳି ନାଏକ,ଭାରତ ମାଝୀ,ଅଭିମନ୍ୟୁ ନାଏକ,ହିମାଂଶୁ ମାଝୀ,ରାଜୁ ନାଏକ,ଅଜୟ ନାଏକ,ଶୁଶିଲା ନାଏକ,କୁନା ନାଏକ,ଜିତୁ ନାଏକ,ଖଗେଶ୍ୱର ପଟେଲ,ଗଂଗା ଧର ନାଏକ,ସିଦ୍ଧାନ୍ତ ନାଏକ,ବିଜୟ ନାଏକ,ରଂଜିତା ନାଏକ,ସଂଜିତା ନାଏକ,ଶାରଦା ନାଏକ,ଜୋସ୍ନା ନାଏକ,ଜାନକୀ ନାଏକ,ଯଶୋଦା ମାଝୀ,ରଂଚମୀ ନାଏକ,ପଦ୍ମିନୀ ସେଠୀ,ରଶ୍କିତା ନାଏକ,ଇନ୍ଦୁରେଖା ଗଉଡ,ସନକ ନାଏକ ସମସ୍ତ ପ୍ରକାର ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧାମରା ସଂଘର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଲ ପୋଲିସ ପକ୍ଷରୁ ଜଳ ଛତ୍ର ଶୁଭାରମ୍ଭ

Sunil Chandra Nayak

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଶ୍ରୀ ଗଣେଷ

Sunil Chandra Nayak

Leave a Comment

error: Content is protected !!