ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଲକ ପୁରୁଣାଗୁମା କ୍ଲଷ୍ଟର ର ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

କର୍ଲାପାଟ -: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପୁରୁଣାଗୁମା କ୍ଲଷ୍ଟର ର ସୁରଭି ୨୦୨୨ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପେରମଞ୍ଜି ଠାରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ କର୍ଲାପାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବିଶ୍ଵନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୁଣାଗୁମା ଗ୍ରାମର ବରିଷ୍ଠ ସମାଜ ସେବୀ ତଥା ଅନ୍ତୋଦୟ ଅନୁଷ୍ଠାନର ପ୍ରୋଗ୍ରାମ କର୍ଡିନେଟର ଶ୍ରୀ ରବିନାରାୟଣ ସିଂହ, ଥୁ ରାମପୁର ନୋଡାଲ CRCC ଉପେନ୍ଦ୍ର ପ୍ରଧାନ ଯୋଗଦେଇ ଥିଲେ। ଉକ୍ତ କ୍ଲଷ୍ଟର୍ ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜୋକ ଶ୍ରୀ ରଶ୍ମିରଞ୍ଜନ ସେଠୀଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇ ଥିଲା । ଉକ୍ତ କାର୍ଯ୍ୟ କ୍ରମରେ ୧୫ ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ୧୩ଟି ଇଭେଣ୍ଟ ରେ ଭାଗ ନେଇଥିଲେ ଏବଂ କୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ମହାପାତ୍ର ଦୀପ୍ତି ଭାନୁ ଚୌଧରୀ, କେଶରୀ ରଣା, କିଶୋର ଚନ୍ଦ୍ର ରାଉତରାୟ, ବିବେକାନ୍ଦନ ପ୍ରଧାନ, ଦୀନବନ୍ଧୁ ଗଉଡ, ଦେବସଖା ଯୋଷି, ସୁମିତ୍ରା ଖୁଣ୍ଟିଆ, ଅମିତ୍ କୁମାର ସେଠୀ, ବିଭୂତି ଭୂଷଣ ସିଂହ, ସୁରେନ୍ଦ୍ର ମାଝୀ, ରାଜ କିଶୋର ନାୟକ, ନବଘନ ପ୍ରଧାନ, ଚିତ୍ତରଞ୍ଜନ ବାଗ, ମୃଣାଳିନୀ ନାୟକ, ଅବିନାଶ ପଟଯୋଶୀ, ମଦନ ସୁନ୍ଦର ପରାଭୋଇ, ମିନତି ବିଡିକା, ଘନଶ୍ୟାମ ମାଝୀ, ଶ୍ରୀଧର ବେହେରା, ସୁଶାନ୍ତ ସାମଲ, ରାଜେଶ କୁମାର ବେହେରା, ଯୁଧିଷ୍ଟିର ସାହୁ ଓ ସିମାଞ୍ଚଲ୍ ପୂଜାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟ କ୍ରମରେ ପେରମଞ୍ଜି ଗ୍ରାମର ଯୁବକ ସଂଘ ସହଯୋଗ କରିଥିବା ବେଳେ ସମସ୍ତ ବିଦ୍ୟାଳୟର SMC- ଅବିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ଦେବସଖା ଯୋଷୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ :-ସୁନ୍ଦର ହସ୍ତାକ୍ଷର ଏବଂ ସୃତି ଲିଖନ ରେ ପ୍ରଥମ ପୁରସ୍କାର – ମନୋଜ କୁମାର ନାୟକ, ବକୃତା (ଜୁନିଅର)- ପ୍ରଥମ ପୁରସ୍କାର। – ସଲାମୀ ନାୟକ, ବକୃତା (ସିନିୟର୍)- ପ୍ରଥମ ପୁରସ୍କାର। – ଭବାନୀ ନାୟକ, ବିତର୍କ- ପ୍ରଥମ ପୁରସ୍କାର – ପ୍ରଭାସିନୀ ନାୟକ, ଚିତ୍ରାଙ୍କନ (ସିନିୟର୍)- ପ୍ରଥମ ପୁରସ୍କାର – ସରୋଜ ନାୟକ, ଚିତ୍ରାଙ୍କନ (ଜୁନିଅର)-ପ୍ରଥମ ପୁରସ୍କାର- ମନୋଜ କୁମାର ନାୟକ, ସୃଜନଶୀଳ ଲିଖନ- ପ୍ରଥମ ପୁରସ୍କାର – ବନିତା ଗଉଡ, ସୃଜନଶୀଳ ଲିଖନ(ସିନିୟର୍)- ପ୍ରଥମ ପୁରସ୍କାର – ମୀନା ନାୟକ, ପ୍ରବନ୍ଧ ଲିଖନ(ସିନିୟର୍)-ପ୍ରଥମ ପୁରସ୍କାର – ଗୋବିନ୍ଦ ମାଝୀ, ନୃତ୍ୟ(ସିନିୟର୍)- ପ୍ରଥମ ପୁରସ୍କାର – କିୟାପଦର୍ ଉଚ୍ଚ ବିଦ୍ୟାଳୟ ଡାନ୍ସ ଗ୍ରୁପ, ପୁରସ୍କୃତ ହୋଇଥିଲେ।

କର୍ଲାପାଟ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲା ସାମ୍ବାଦିକ ଯୁଧିଷ୍ଠିର ପଟେଲ ସଡ଼କ ଦୁର୍ଘଟଣା ରେ ଆହତ

Sunil Chandra Nayak

ତହସିଲଦାରଙ୍କ ଉପସ୍ଥିତିରେ ପ୍ରେମି ଯୁଗଳଙ୍କ ବିବାହ

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

Leave a Comment

error: Content is protected !!