ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡ଼ାରେ ଜଣେ ମହିଳା ମୃତ

ଡାବୁଗାଁ, ୪/୮ ବର୍ଷା ଋତୁରେ ସାପ ଅଧିକ ଦେଖାଯଇଥାଏ। ତେଣୁ ସମସ୍ତେ ସାବଧାନ ରୁହନ୍ତି । କିନ୍ତୁ ଦୁର୍ଘଟଣା ରୁ କେହି ବଞ୍ଚି ପାରନ୍ତି ନାହିଁ। ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ନୂଆଗୁଡା ଗ୍ରାମରେ । ମନ୍ମତି ଭତ୍ରା (୬୫)ନାମକ ଏକ ମହିଳା ବୁଧବାର ରାତ୍ର ଶୋଇଥିବା ସମୟରେ ଗୁରୁବାର ସକାଳ ପ୍ରାୟ ୪ ଟା ସମୟରେ କଲାଟି ନାମକ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା, ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ଦେଖି ପରିବାର ଲୋକେ ୧୦୮ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁରୁବାର ସକାଳେ ଆଣିଥିଲେ | ସ୍ୱାସ୍ଥ୍ୟ କେନ୍ଦ୍ର ରେ କିଛି ସମୟ ରହିବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ରେ ପରିବର୍ତନ ଆସୁନଥିବା ଦେଖି ଡାକ୍ତର ରୋଗୀ ମନ୍ମତି ଭତ୍ରା ଙ୍କୁ ସକାଳ ୧୦ ଘଣ୍ଟା ସମୟରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକର ସ୍ୱାମି ବେଣୁ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲେ | ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନାକେସ ନଂ ୨୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ରଜ କୁଇନ୍

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ମେଘ ଡଗର 

Sunil Chandra Nayak

ଡ଼ାକ୍ତରଖାନାରେ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ

Sunil Chandra Nayak

Leave a Comment

error: Content is protected !!