ଡାବୁଗାଁ, ୪/୮ ବର୍ଷା ଋତୁରେ ସାପ ଅଧିକ ଦେଖାଯଇଥାଏ। ତେଣୁ ସମସ୍ତେ ସାବଧାନ ରୁହନ୍ତି । କିନ୍ତୁ ଦୁର୍ଘଟଣା ରୁ କେହି ବଞ୍ଚି ପାରନ୍ତି ନାହିଁ। ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ନୂଆଗୁଡା ଗ୍ରାମରେ । ମନ୍ମତି ଭତ୍ରା (୬୫)ନାମକ ଏକ ମହିଳା ବୁଧବାର ରାତ୍ର ଶୋଇଥିବା ସମୟରେ ଗୁରୁବାର ସକାଳ ପ୍ରାୟ ୪ ଟା ସମୟରେ କଲାଟି ନାମକ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା, ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ଦେଖି ପରିବାର ଲୋକେ ୧୦୮ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁରୁବାର ସକାଳେ ଆଣିଥିଲେ | ସ୍ୱାସ୍ଥ୍ୟ କେନ୍ଦ୍ର ରେ କିଛି ସମୟ ରହିବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ରେ ପରିବର୍ତନ ଆସୁନଥିବା ଦେଖି ଡାକ୍ତର ରୋଗୀ ମନ୍ମତି ଭତ୍ରା ଙ୍କୁ ସକାଳ ୧୦ ଘଣ୍ଟା ସମୟରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକର ସ୍ୱାମି ବେଣୁ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲେ | ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନାକେସ ନଂ ୨୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ
previous post