ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ-୨୮/୨/୨୨ ।

ତାଲୁକ ଆଇନ ସେବା ସମିତୀ, ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ ଗାଇଡଲାଇନ ଉପରେ ସ୍ଥାନିୟ ଜଶୋଦା ଅନାଥ ଆଶ୍ରମ ରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷା ବନ୍ଦନା କର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଇନଜିବୀ ତଥା ସଦଶ୍ୟା ଶ୍ରୀମତୀ ସଂଯୁକ୍ତା ପଣ୍ଡା ଓ ଆଇନଜିବୀ ତଥା ରିଟେନର ଶ୍ରୀମତି କଲ୍ୟାଣି ନାଏକ, ଜଶୋଦା ଅନାଥ ଆଶ୍ରମର ର ପ୍ରତିଷ୍ଠାତା ସମାଜ ସେବୀ ଶ୍ୟାମସୁନ୍ଦର ଜାଲ ପ୍ରମୁଖ ଯୋଗଦାନ କରିଥିଲେ । ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷା ଏହି ଅନାଥ ଆଶ୍ରମର ଅନ୍ତେବାସି ଙ୍କ ସହିତ ସାକ୍ଷାତ କରିବା ସହି କୋଭିଡ-୧୯ ଗାଇଡଲାଇନ ଉପରେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅନ୍ତେବାସୀଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ, କଲାହାଣ୍ଡି ତରଫରୁ ହାଇଜିନ କିଟ ପ୍ରଦାନ କରାଯାଇଥିଲା । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା କବିସଭାନ ବୁଢ଼ାକବି

ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ 

Sunil Chandra Nayak

ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!