ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟର ୧ କୋଟି ୬୮ ଲକ୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ମେଡିସିନ୍… ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଆସନ୍ତା ୧୨ ତାରିଖରେ ରାଜ୍ୟ ପରିବାର ନିର୍ଦ୍ଦେଶାଳୟ ଦ୍ୱାରା ପାଳନ କରାଯିବ ଜାତୀୟ କୃମିନାଶକ ଦିବସ । ଏହି ଅବସରରେ ୧ ବର୍ଷରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବ । ଯେଉଁମାନେ କୌଣସି କାରଣରୁ ୧୨ ତାରିଖରେ ଏହି ମେଡିସିନ୍ ଖାଇ ନ ଥିବେ, ସେମାନେ ୧୯ ତାରିଖରେ ଖାଇପାରିବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ରାଜ୍ୟର ୧ କୋଟି ୬୮ ଲକ୍ଷ ୩୧ ହଜାର ୬୭୯ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ସମସ୍ତ କୋଭିଡ୍ କଟକଣା ସହ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଔଷଧ ଦିଆଯିବ ।

କୃମିନାଶକ ଔଷଧ ବଣ୍ଟନ ପାଇଁ ରାଜ୍ୟର ୫୫ ହଜାର ୫ ସ୍କୁଲକୁ ସାମିଲ କରାଯାଇଛି । ସେଥିପାଇଁ ୬୯ ହଜାର ଶିକ୍ଷକ, ୭୨ ହଜାର ଅଙ୍ଗନୱାଡ଼ି କର୍ମୀ, ୪୮ ହଜାର ଆଶାକର୍ମୀ, ୭ ହଜାର ୮ ଶହ ଏଏନଏମ କର୍ମୀ ସାମିଲ ହେବେ । ଏହି ଔଷଧ ଖାଇବା ଦ୍ୱାରା ପିଲାମାନଙ୍କର ରକ୍ତହୀନତା ନିୟନ୍ତ୍ରଣ, ଶିକ୍ଷା ଦକ୍ଷତା ବୃଦ୍ଧି, ଜୀବିକା ସୁଯୋଗ ସୃଷ୍ଟି, ପୁଷ୍ଟିହୀନତାରୁ ରକ୍ଷା ଆଦିରେ ସହାୟକ ହେବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କେନ୍ଦୁଝର – ଘଷିପୁରା ବ୍ଲକ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଭାବନୀୟ ପରିସ୍ଥିତି

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

Leave a Comment

error: Content is protected !!