ଝୂଲ
@ବଳରାମ ପୂଜାରୀ
କୁଡୁମୁଲୁଗୁମ୍ମା , ମାଲକାନଗିରି
ଶ୍ୱେତପତ୍ର
ମୃତ୍ୟୁ ; ଆଢୁଆଳରେ !
ଡହ ଡହ , ଜଳୁଛି ଜୀବନ ?
ଜଙ୍ଗଲ ର ଛାତିରେ ଚାପି ହୋଇଛି
ଛାତିଏ , ରକ୍ତରଙ୍ଗ୍ନା; ଇତିହାସ ?
ପାହାଡ ଖୋଲରୁ ଗର୍ଜୁଛି ,
ଭୋକ ଓ ଭୋକ ସୃଷ୍ଟି କରୁଥିବା ,
ଗୋଟାଏ ଗୋଟାଏ;ବହଳ ଛାଇ ?
ରଙ୍ଗଡିଆ ମାଟି ମୁଠାକରେ ,
ଗୋଳେଇ ହୋଇଛି;ଭୋକ ଭୂଲିବାର; ରିଞୋଡି ?
ସୁରୁଜ ଉଦିଲେ ; ଭୋକ ପଛରେ ଧାଏଁ ?
ସଞ ନଇଁଲେ ;କୋଉ ଖୁଆଡ ରେ
ଘୋଡିଘାଡି,ଚୁପ୍ ଚାପ୍ ଶୋଇପଡେ
ନିଆଁନଗା ଭୋକ ?
ସବୁଥାଇ ବି ? କେଜାଣି,କେମିତି ?
ଭୋକିଲା ଭୋକିଲା ଲାଗେ,
ସାବୁଜା ;ସାବୁଜା ସ୍ୱର୍ଗ ?
ଜୀବନ ଓ ଯନ୍ତ୍ରଣା ରେତ ବୁନ୍ଦାଏ, ଜରାୟୁ କୁ ଠେଲି
ପୋକତି ହୁଅନ୍ତି;ଜଙ୍ଗଲ ରାଜ୍ୟ ର ଗଛବୃଛ,
ତଟକା ତଟକା ପ୍ରାଣବାୟୁ ରେ
ମହକି ଉଠେ;ପଥରଗୁମ୍ଫା ର ଦିଶାରି ମନ୍ତୁରା; ଗର୍ଭଗୃହ ।
ଏଇଠୁ !!ଜୀବନ୍ଯାସ ପାଏ
ଗହଳ ଗହଳ ନିଦ ,
ବହଳ ବହଳ ସୁଖ ,
ଚେରେଇ ,ଖୁପେଇ ଖାପେଇ , ଗଜାମାନେ
ପରିବର୍ତ୍ତିତ ହୁଅନ୍ତି;ମହାଦାରୁ ରେ ?
ଜଙ୍ଗଲ ସାରା ଛାଇଯାଏ ,ଦେବତ୍ବ ଦେବତ୍ବ !
ବିଶ୍ୱାସ ମାନଙ୍କୁ ପେଟେ ପେଟେ, ଖୁଆଇ ପିଆଇ
ବିଛାଡି ଦିଅନ୍ତି:ଡଙ୍ଗର ଦେବତା
ସମଗ୍ର ନୀଳବତୁରା ଆକାଶରେ ?
ପୃଥୀର ଅଣ୍ଟିରେ ଓଜାଡି ଦିଅନ୍ତି
ଗଉଣୀଏ,ଗଉଣୀଏ ଗର୍ଭୂଣୀଆ ; ଆୟୁଷ ।
ଏଇଠି !ଡଙ୍ଗର କୋଡକିଲେ
ପେଟପୁରେ,ଭୋକ ଢୁଳାଏ ;ଝାପ୍ ସା ନିଦରେ ?
ଦିହଚିପୁଡା ; ଝାଳ ବୁଣିଦେଲେ ;ଗଜରିଯାଏ ଡଙ୍ଗର ସାରା ,ଡୁମୁଣୀଏ ମାଣ୍ଡିଆ ପେଜରେ ପୁରେ
ଡଙ୍ଗର ରାଇଜର ଖାଲଖମା ?
ଖାଲି ଟିକେ ଟିକିଏ; ପିଠିଆଉଁଷା ଲୋଡା ?
ଦଉଚି କିଏ ?
ମାଟି ନିଜର ,ଭୋକ ପର
ପେଟ ନିଜର ,ପିଠି ପର
ସବୁ ବିକଳ ,ସବୁ ଆହାଃ ,ଏଇଠି ମୁଁହମାଡି ପଡିଛନ୍ତି ?
ଯିଏ ପିଠି ଆଉଁସିଲା ଭୋକ ର
ସେ ସଭିଏଁ, ଏ ମାଟିର, ଏ ଡଙ୍ଗର ର, ଏ ଖମାଣ ର ।
କିଏ !କେଜାଣି, କେବେ
ବିଞ୍ଛିଦେଇଛି ? ମୁଠାଏ ନିଆଁ ଝୂଲ
ଏ ,ପାହାଡ ସାରା ,ଏ ଡଙ୍ଗର ସାରା
ଆଜି ବି ଦିପ୍ ଦିପ୍ କରୁଛି ! ମୁଠେ ଅଙ୍ଗାରରେ
ଦଲ୍ କା ଦଲ୍ କା ରଡ ନିଆଁ ,
ଝୂଲ ଚେତାଉଚି ,ଝୂଲ ଉଙ୍ଖାରୁଛି ?
ଡାଳକୁ ଡାଳ ଧରୁଛି ରଡନିଆଁ ?
ଲିଭାଇଦିଅ ! ଏ ଡହ ଡହ କୋହ ?
ପୋଛିଦିଅ ! ଏ ତତଲା ତତଲା ଲୁହ ?
ଆଉଁସି ଦିଅ, ଏ ;ଅବହେଳିତ ପିଠି ,
କୋଳେଇ ନିଅ ! ଏ ,ନିଆଁଧରା ମାଟି ,
ଭୋକ ଲିଭିଯାଉ !ଶୋଷ ଶୋଇଯାଉ
ଝୂଲ ପଶିଯାଉ !ପାଉଁଶ ତଳର ଘାସରେ
ଅନ୍ତତଃ ?
ଗ୍ରାସିବା ଆଗରୁ ଏ ସମଗ୍ର ଡଙ୍ଗର;ପାହାଡ଼ ?