ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସୁରକ୍ଷିତ ଖାଦ୍ୟ ଓ ଅଶ୍ଳୀଳ ଭାଷା ପ୍ରୟୋଗ ନେଇ ଗ୍ରାମବାସୀଙ୍କ ଅଭିଯୋଗ

ବାଲେଶ୍ଵର,୧୪/୭/୨୨- ଅଙ୍ଗନୱାଡି ପିଲାଙ୍କୁ ଅସୁରକ୍ଷିତ ଖାଦ୍ୟ ପ୍ରଦାନ ଓ କର୍ମୀଙ୍କ ଅଶ୍ଳୀଳ ଭାଷା ପ୍ରୟୋଗ ବିରୋଧରେ ଗ୍ରାମବାସୀଙ୍କ ଅଭିଯୋଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ସୁବଳୟାପାଟଣା ଅଙ୍ଗନୱାଡି କେନ୍ଦ୍ରରେ । ଉକ୍ତ କେନ୍ଦ୍ରର କର୍ମୀ ଉର୍ମିଳା ପଣ୍ଡୁଆ ସ୍ବାମୀ ଟିକନ ବାରିକ ପିଲା ମାନଙ୍କୁ ଠିକ୍ ଭାବରେ ଖାଦ୍ୟ ଦେଉ ନାହାନ୍ତି, ଯାହାବି ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଟେ । ଏବାବଦରେ ପିଲା ମାନଙ୍କ ଅଭିଭାବକ/ଅଭିଭାବିକା ମାନ କେନ୍ଦ୍ରକୁ ଯାଇ କର୍ମୀ ଶ୍ରୀମତୀ ପଣ୍ଡୁଆଙ୍କୁ ପଚାରିଥିଲେ । କିନ୍ତୁ ଉତ୍ତରରେ କର୍ମୀ ଜଣକ ପିଲା ମାନଙ୍କ ସାମ୍ନାରେ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ । ବିଭିନ୍ନ ଖରାପ ଭାଷାରେ ଗାଳି ଗୋଲଜ କରିବା ସହିତ ପିଲାଙ୍କୁ ବିଷ ଦେଇ ମାରିଦେବାର ଧମକ ମଧ୍ୟ ଦେଉଛନ୍ତି । ଆହୁରି ମଧ୍ୟ କହିଛନ୍ତି ନେତା, ମନ୍ତ୍ରୀ ଓ ଅଫିସର ମୋ ହାତରେ ଅଛନ୍ତି ତୁମେ ମୋର କିଛି ବି କରିପାରିବ ନାହିଁ । କର୍ମୀଙ୍କ କୁଭାଷା ଶୁଣି ପିଲାମାନେ ଘରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବାକୁ ପଛାଉ ନାହାନ୍ତି । ତେଣୁ ବାଧ୍ୟ ହୋଇ ପିଲା ମାନଙ୍କୁ କେନ୍ଦ୍ର ଯିବା ବନ୍ଦ କରିଛନ୍ତି ଅଭିଭାବକ ମାନେ ।ଏବାବଦରେ ରୀତାରାଣୀ ବାରିକ, ସୁଲୋଚନା ବାରିକ, ପ୍ରତିମା ସାହୁ, ତିଳୋତ୍ତମା ବେହେରା, ଜୟଲକ୍ଷ୍ମୀ ଦାସ, ମାମିନା ଯେନା, ଗୋଲକ ବେହେରା, କୃପାସିନ୍ଧୁ ବାରିକ ଓ ଅଭିମନ୍ୟୁ ବାରିକ ପ୍ରମୁଖ ଗ୍ରାମବାସୀ ଖଇରା ସିଡିପିଓ ଜାନକୀ ଦାସ, ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ, ବାଲେଶ୍ଵର ସିଡିଏମଓ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ସିଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସମ୍ଭବ ହୋଇନଥିଲା । ଅପରପକ୍ଷେ ଚେୟାରମ୍ୟାନ ଶ୍ରୀମତୀ ସାହୁ ବୁଝିବା ପାଇଁ ଅଭିଯୋଗକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଟେମରି ଗ୍ରାମ ପଂଚାୟତଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

Sunil Chandra Nayak

ନୂଆଖାଇ ପର୍ବ ମହା ଆଡମ୍ବରରେ ପାଳିତ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

Leave a Comment

error: Content is protected !!