ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତି ପ୍ରତି ନିଷ୍ଠା ହିଁ ସହିଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି , ଘଷିପୁରାରେ ଅମୃତ ମହୋତ୍ସବ ପାଳିତ

ଆନନ୍ଦପୁର -: ୧୬/୮ : ସ୍ବାସ୍ଥ୍ୟ, ଶିକ୍ଷା, ସ୍ବାବଲମ୍ବୀ ଓ ଗମନାଗମନ ବ୍ୟବସ୍ଥା ହିଁ ବିକାଶର ପରିଚୟ। ସବୁ କ୍ଷେତ୍ରରେ ଉଭୟ ମହିଳା ଓ ପୁରୁଷଙ୍କର ସମାନୁପାତିକ ଅଭିବୃଦ୍ଧି ହିଁ ସମୟର ଆହ୍ବାନ ବୋଲି ଘଷିପୁରା ଆଦର୍ଶ ସେବା ସଂଘ ପକ୍ଷରୁ ଆୟୋଜିତ ଅମୃତ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ଘଷିପୁରାସ୍ଥିତ ହୋଟେଲ ଗାୟତ୍ରୀ ସମ୍ମିଳନୀ କକ୍ଷରେ ସଂଘ ସଭାପତି ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସିଆରପିଏଫ ଇନ୍ସପେକ୍ଟର ଆରୁପାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜାତି ପ୍ରତି ନିଷ୍ଠା ହିଁ ସହିଦଙ୍କ ପାଇଁ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ବୋଲି ସେ ମତ ରଖିଥିଲେ। ଘଷିପୁରା ବ୍ଲକ ଖଲଣାର ସହିଦ ମନୋଜ ବେହେରାଙ୍କ ପିତା ହରିହର ବେହେରା ଓ କଳାକାର ସଂଘର ସମ୍ପାଦକ ରାଜକିଶୋର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ନଦୁଆଁର ସହିଦ ବ୍ରଜମୋହନ ବେହେରା ଓ ତୋରାଣିଆପାଳର ସହିଦ ଅଜୟ କୁମାର ବାଷଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ସଂଘ ଉପ ସଭାପତି ଧବଳେଶ୍ଵର ସାହୁ ଅତିଥି ପରିଚୟ ଓ ବରିଷ୍ଠ ସଦସ୍ୟ ସୌମ୍ୟ ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଦସ୍ୟା ବିଦିଶା ଚକ୍ରବର୍ତ୍ତୀ ଧନ୍ୟବାଦ୍ ଦେଇଥିଲେ। ବଳରାମ ସାହୁ, ସତ୍ୟବ୍ରତ ସାହୁ, ସୁଦିପ ସାହୁ, କୁନାଲ ସ୍ୱାଇଁ, ବିଦିପ୍ତା ଚକ୍ରବର୍ତ୍ତୀ, ଦାମୋଦର ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ସରକାରୀ ଇଞ୍ଜିନିୟର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦୀପାବଳି ରେ  ୨ଟି ଅସହାୟ ଗରିବ ପରିବାର ଙ୍କ ମୁହଁରେ ହସ ଫୁଟାଇଲେ  ବିଏଚ୍ ଆର୍ ସି, ସମାଜସେବୀ

Sunil Chandra Nayak

Leave a Comment

error: Content is protected !!