ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେର୍ଡିକୁପା ରୁ ନିୟମଗିରି ସବୁଠି ଉଡିଲା ତ୍ରିରଙ୍ଗା

ଜୋର ଧରିଲା ପାଇକ ରେଜିମେଣ୍ଟ ସ୍ଥାପନ ଦାବି

ଲାଞ୍ଜିଗଡ,୧୬ା୦୮(ମ ନି ସ )-୭୬ତମ ସ୍ୱାଧୀନତା ଦିବସ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କନ୍ଧମାଳ ସୀମାନ୍ତ ମେର୍ଡିକୁପାରୁ ଆରମ୍ଭ କରି ରାୟଗଡା ସୀମାନ୍ତ ନିୟମଗିରି ସବୁଠି ପାଳିତ ହୋଇଯାଇଛି । ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ବ୍ଲକର ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ନିୟମଗିରି ଶୀର୍ଷରେ ଥିବା ଆଦିମ ଜନଜାତି କୁଟିଆ କନ୍ଧ ବହୁଳ ଫୁଲଡୁମେର, କୁନାକାଡୁ, ପାଲବେରି ଆଦି ସ୍ଥାନରେ ପାଳିତ ହୋଇଥିବାବେଳେ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଓ କଲେଜ ପରିସରରେ ମଧ୍ୟ ଏହା ପାଳିତ ହୋଇଥିଲା । ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆୟୋଜିତ ବ୍ଲକସ୍ତରୀୟ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପଞ୍ଚାୟତ ଅଞ୍ଚଳବାସୀଙ୍କୁ ସମ୍ବୋଧନ କରିଥିଲେ । ତେବେ ଲାଞ୍ଜିଗଡଠାରେ କ୍ଷତ୍ରୀୟ ପାଇକ ସମାଜ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହ ଚଳିତ ବର୍ଷ ଅତ୍ୟନ୍ତ ନିଆରା ଥିଲା । କ୍ଷତ୍ରୀୟ ପାଇକ ସମାଜର ନିର୍ଦ୍ଦେଶ ଅନୁସାରେ ଏଥର ପଲ୍ଲୀ, ଉପମଣ୍ଡଳ ଓ ମଣ୍ଡଳ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବାବେଳେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । କ୍ଷତ୍ରୀୟ ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେସନିଆ, ଶ୍ରୀଧର ପେସନିଆ, ଶିଶିର ପୂଜାରୀ, ଭୂପେନ୍ଦ୍ର ମହାରଥା, ହିମାଦ୍ରୀ ପେସନିଆଙ୍କ ସମେତ ଅନ୍ୟ ଅତିଥିମାନଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିବାବେଳେ ଓଡିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ସେନାବାହିନୀରେ ଏକ ପାଇକ ରେଜିମେଣ୍ଟ ସ୍ଥାପନ କରାଯିବା ଉପରେ କ୍ଷତ୍ରୀୟ ପାଇକ ସମାଜ ତରଫରୁ ଦାବି ଉପସ୍ଥାପନ କରାଯିବ ବୋଲି ବକ୍ତାମାନେ ମତ ଦେଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

 

Related posts

ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମରେ ସମ୍ମାନ ସମାରୋହ ଦିବସ ପାଳିତ

Sunil Chandra Nayak

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

Sunil Chandra Nayak

ଅପ୍ରତିଦ୍ବନ୍ଦି ନାୟକ ନବୀନ ପଟ୍ଟନାୟକ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort