ଭାବ ଭକ୍ତି
ସୁଜାତା ରାଣୀ ଶତପଥୀ
ଭାବ ଭକ୍ତି ବନ୍ଧା ପଡିଛି କାଳିଆ
ଶରୀର ଠାରୁ ଦୂରେଇ
ମୋ ମନକୁ ତୁହି ନ ବୁଝିବୁ ତେବେ
ଫେରିବ ମନ ଶୁଖାଇ l
ମନକୁ ଚିହ୍ନିବେ ଧନ ଥିଲେ ପାଖେ
ନ ଥିଲେ ଜ୍ଞାନୀ ଅଜ୍ଞାନ
ମାନବିକତାର ଅଭାବ ହୋଇଲେ
ବିବେକ ହୁଅଇ ଶୂନ୍ୟ l
ପ୍ରଭୁ ନାମ ମନ ସପୂର୍ଣ୍ଣତା ହେଲେ
ନାହିଁ ଧନ ଆବଶ୍ୟକ
ବେଳେ ପୂର୍ଣ୍ଣତାରେ ଶୂନ୍ୟ ନ ଲାଗିବ
ଅଭାବେ ଦୁଃଖ ଅଧିକ l
ଧନ କିଣିନେଲେ ଧର୍ମ ପଥ କେବେ
ନ ରହିପାରେ ସଞ୍ଚିତ
ଅଧର୍ମ ଗ୍ରାହକ କିଣି ନ ପାରିବ
ବ୍ୟୟିତେ ମୂଲ୍ୟ ସୂଚିତ l
ଭକ୍ତ ଭଗବାନ ଭାବର ବନ୍ଧନେ
ଭକ୍ତି ହୋଇବ ବନ୍ଧକ
ଧନୀକ ବ୍ୟକ୍ତିତ୍ୱ କିଏ ଭାଙ୍ଗି ନେବ
ତୁଟାଇ ସେହି ସମ୍ପର୍କ l
ପୁଣ୍ୟାତ୍ମାକୁ ପାପ କେବେ ନ ଛୁଇଁବ
ଜାଣିଛି ବୋଲି ଧର୍ମlତ୍ମା
ଅବେଳରେ ପାପ ଲାଗିବ ସ୍ପର୍ଶରେ
ଦେହୁ ଦୂରେଇବ ଆତ୍ମା l
ଭବିଷ୍ୟକୁ ରଖି ଦୃଷ୍ଟି ଅଗୋଚରେ
ନ କରି ପାପ ବଳିଷ୍ଠ
ଧନ ଅହଂକାର ପାଶୁ ଛାଡି ଯାଇ
ଦୁର୍ବଳତା ଦେବ କଷ୍ଟ l
ହେ ପ୍ରଭୁ ଆଶିଷ କରୁଥିବ ମୋତେ
ଧର୍ମ ପଥ ଦେଇ ମୋତେ
ସତ କର୍ମ ଚିନ୍ତନ ଜ୍ଞାନ ମନ୍ଥନରେ
ମିଳିବ ନାମ ବହୁତେ l