ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ଙ୍କ ଶପଥ ପାଠ ଅବସରରେ ଶୁଭକାମନା ରଖିଲେ ଆଦିବାସୀ ମହିଳାମାନେ

କଲମପୁର ୨୬/୭ (ମସିହା) ଆଜି ଭାରତର ସର୍ବୋଚ୍ଚ ପଦ ପାଇଁ ଶପଥ ନେଉଛନ୍ତି ଜଣେ ଆଦିବାସୀ ମହିଳା।ଏହି ଅବସରରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ବାଲିଛଡ଼ା ଠାରେ ଆଦିବାସୀ ମହିଳାମାନେ ଚାଷକାମ କରିବାକୁ ଯାଇଥିବା କ୍ଷେତରେ ଏକତ୍ରିତ ହୋଇ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବାସହ ଶୁଭକାମନା ରଖିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଙ୍କ ପାଇଁ । ଏହି ପରିପ୍ରେକ୍ଷୀରେ ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କଲମପୁର କେନ୍ଦ୍ର ସଂଚାଳିକା ରୋଜି ଭଉଣୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାରତ ତଥା ବିଶ୍ୱର କଲ୍ୟାଣ ନିମିତ୍ତ ପରମାତ୍ମାଙ୍କ ସହିତ ପାଞ୍ଚ ମିନିଟ ଯୋଗ କରିଥିଲେ ଏଥିସହ ସମଗ୍ର ବିଶ୍ୱର ଜିବାତ୍ମା ମାନଙ୍କ ଭୋକ ମେଣ୍ଟାଉଥିବା ଶ୍ରମିକମାନେ କିଭଳି ଚାଷ କ୍ଷେତ୍ରରେ ସକାରାତ୍ମକ ଭାବନା ରଖି କାମ କରିବେ ଏନେଇ ଶାଶ୍ୱତ ଯୌଗିକ କ୍ଷେତି ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ।ଏଥିରେ ଶତାଧିକ ଆଦିବାସୀ ମହିଳାଙ୍କ ସମେତ କୃଷକ ସାଥି ଅଶୋକ କାଣ୍ଡ, ଅଭିନ୍ନ ସାହୁ ଏବଂ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶାରଦୀୟ ବାର୍ତ୍ତା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାରାଙ୍ଗନା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା

Leave a Comment

error: Content is protected !!