ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବେଆଇନ ପାର୍କିଂ, ବସ ଓ ଟ୍ରକ ମୁହାଁମୁହିଁ ଧକ୍କା

ବାଲେଶ୍ବର,୦୮/୬/୨୨- ବେଆଇନ ଗାଡି ପାର୍କିଂ, ବସ ଓ ଟ୍ରକ ମୁହାଁମୁହିଁ ଧକ୍କା । ଏମିତି ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ବାଲେଶ୍ବର ଜିଲ୍ଲା ଖଇରା ଥାନା ଖଇରା ବଜାରରେ । ଖବର ସଂଗ୍ରହରୁ ଜଣାପଡିଛି ଯେ ଚକାଡୋଳା ନାମ୍ନୀ ଏକ ଘରୋଇ ବସ ଦୈନିକ ଖଇରାରୁ ଭୁବନେଶ୍ୱର ଯାଏ ଏବଂ ରାତିରେ ଖଇରାକୁ ଫେରି ଖଇରା ଦୁର୍ଗା ମଣ୍ଡପ ନିକଟ ୫୭ ନମ୍ବର ରାଜ୍ୟ ରାଜପଥ ଉପରେ ବେଆଇନ ଭାବେ ପାର୍କିଂ କରେ । ଦୀର୍ଘଦିନ ହେବ ଏଭଳି ବେଆଇନ ପାର୍କିଂକୁ କୌଣସି ପ୍ରଶାସନ ନଜର ଦିଅନ୍ତି ନାହିଁ । ଏପରିକି ଅନେକ ସମୟରେ ରାତିଦିନ ଅର୍ଥାତ୍ ୨୪ ଘଣ୍ଟା ମଧ୍ୟ ରାସ୍ତା ଉପରେ ବେଆଇନ ପାର୍କିଂ କରିବାକୁ ପଛାଇନଥାଏ । ଏଭଳି ବେଆଇନ ପାର୍କିଂକୁ ନେଇ ଗତକାଲି ଅର୍ଥାତ୍ ତା ୦୭/୬/୨୨ ରିଖ ମଙ୍ଗଳବାର ରାତି ପ୍ରାୟ ୧୨ ଘଟିକା ପାଖାପାଖି ହେବ ବସ ଛିଡା ହୋଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ କୌଣସି କାରଣରୁ ଭାରସାମ୍ୟ ହରାଇ ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । କସ କର୍ମଚାରୀ ମାନଙ୍କର କିଛି କ୍ଷତି ହୋଇନଥିବା ବେଳେ ଟ୍ରକ କର୍ମଚାରୀଙ୍କର କ୍ଷତି ହୋଇଥିବାର ସ୍ଥାନୀୟ ଅଞ୍ଚଳରୁ ଜଣାଯାଇଛି । ଉଭୟ ଗାଡିର ଅପୁରଣୀୟ କ୍ଷତି ମଧ୍ୟ ହୋଇଛି । ଯଦି ଦିନ ବେଳେ ଏ ଘଟଣା ଘଟିଥାନ୍ତା, କେହି ନା କେହି ନିଶ୍ଚୟ ମୃତ୍ୟୁ ବରଣ କରିଥାନ୍ତେ । ଏଥିସହିତ ରାସ୍ତାର ବଣପାରିଆ ଛକ ଠାରୁ କୋଚିଆକୋଇଲି ପର୍ଯ୍ୟନ୍ତ ଦୈନିକ ବେଆଇନ ଗାଡି ପାର୍କିଂ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବଦ କରି ନିଜ ହେପାଜତକୁ ଆଣିବା ସହିତ ଦୁର୍ଘଟଣାର ପ୍ରକୃତ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବରିଷ୍ଠ ଯାଦବ ନେତା ତଥା ବାଗପୁର ପୂର୍ବତନ ସରପଂଚ ଦୋଳ ଚନ୍ଦ୍ର ବାଗ ଙ୍କ ଦେହାନ୍ତ

Sunil Chandra Nayak

ଧର୍ମଗଡ଼ ଏନଏସି ପକ୍ଷରୁ ୱେବସାଇଡ ଲୋକାର୍ପିତ

ଜୟ କୁମାର ମିଶ୍ର ଙ୍କ କବିତା ଅଭିମାନ ଓ ତାର ଫେସନ 

Leave a Comment

error: Content is protected !!