ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବ ଗଛରୁ ନାବାଳକ ଖସିପଡି ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

  ଥୁଆମୂଳ ରାମପୁର: ୮/୬- ମ.ନି.ସ:- ଆମ୍ବ ଗଛରୁ ନାବାଳକ ଖସିପଡି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାଯାଇଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୋପାଳପୁର ଅଧିନରେ ଥିବା ଗୁଞ୍ଜିଗୁଡା ଗ୍ରାମର ଜନୈକ ଧନମାଝୀ ଙ୍କ ପୁଅ ନବୀନ ମାଝୀ (୧୨) ବର୍ଷ, ଆଜି ସକାଳେ ଗାଁ ପାଖରେ ଥିବା ଏକ ଆମ୍ବ ଗଛ କୁ ପାଚିଲା ଆମ୍ବ ତୋଳିବା ପାଇଁ ଗଛ ଉପରକୁ ଚଢ଼ି ଥିଲେ। ଏହି ସମୟରେ ଅସାବଧାନତା କାରଣରୁ ନବିନ ମାଝୀ ଗଛ ଉପରରୁ ତଳକୁ ଖସି ପଡ଼ିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ନବିନ ମାଝୀଙ୍କର ମୁଣ୍ଡ ରେ ଆଘାତ ଲାଗିଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନର୍ଲା ଠାରେ ଏବିଭିପିର ତ୍ରୀରଙ୍ଗା ଶୋଭାଯାତ୍ରା

Sunil Chandra Nayak

ସହିଦ ପରିବାରକୁ ଉଦାହରଣ ତରଫରୁ ସମ୍ବର୍ଦ୍ଧନା

Sunil Chandra Nayak

ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ରାଜ ରାସ୍ତାରେ କର୍ମଚାରୀ ସଂଘ

Sunil Chandra Nayak

Leave a Comment

error: Content is protected !!