ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ଏନ୍ ଏ ସି ର ପ୍ରଥମ ପାରିଷଦ ବର୍ଗ ବୈଠକ

କେସିଙ୍ଗା – ଆଜି କେସିଙ୍ଗା ଏନ୍ ଏ ସି ର ସଦଭାବନା ସଭାଗୃହରେ ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମ ପାରିଷଦ ବର୍ଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ନବ ନିର୍ବାଚିତ କାଉନସିଲରଙ୍କ ସହିତ ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ଉପସ୍ଥିତ ଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ଯାଦବ ସମସ୍ତ ପାରିଷଦ ବର୍ଗଙ୍କୁ ସ୍ବାଗତ କରିବା ସହିତ କେସିଙ୍ଗା ସହରର ସର୍ବାଙ୍ଗୀନ ଉନ୍ନତି ଏବଂ ଏନ୍ ଏ ସି ବାସୀଙ୍କ ଆବଶ୍ୟକୀୟ ମୁତାବକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ପୂର୍ବ ପରିଷଦ ଦ୍ବାରା ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ଏଥିସହିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରାଯାଇଥିଲା। ବାସହୀନ ମାନଙ୍କୁ ଜମି ପଟ୍ଟା ନିମନ୍ତେ ବିଭିନ୍ନ ଓ୍ବାର୍ଡରେ ହୋଇଥିବା ଡ୍ରୋନ୍ ସର୍ଭେ କାର୍ଯ୍ୟ ଜରୁରୀକାଳୀନ ଭିତ୍ତିରେ ସମ୍ପାଦନ ପାଇଁ ସ୍ଥିର କରାଗଲା। ଓ୍ବାର୍ଡ ନଂ ୧୧ ରେ ଥିବା ଉଠା ଜଳସେଚନ କାର୍ଯ୍ୟାଳୟର ଜାଗାକୁ ସର୍ବସାଧାରଣଙ୍କ ସୁବିଧା ପାଇଁ ଏନ୍ ଏ ସି କୁ ହସ୍ତାନ୍ତର ପାଇଁ କେସିଙ୍ଗା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବା ପାଇଁ ସ୍ଥିର କରାଗଲା। କେସିଙ୍ଗା ସହରବାସୀଙ୍କ ପାଇଁ ସାପ୍ତାହିକ ବଜାର ନିମନ୍ତେ ଆର ଏମ ସି ପରିସର ମଧ୍ୟରେ ସ୍ଥାନ ଦେବା ପାଇଁ ଉପ ଜିଲ୍ଲାପାଳ ଭବାନୀପାଟଣାଙ୍କୁ ଅନୁରୋଧ କରାଗଲା। ରେଳଓ୍ବେ ଅଣ୍ଡର ବ୍ରିଜ୍ ନିକଟ ଅନ୍ଧାର ରହୁଥିବାରୁ ତୁରନ୍ତ ଆଲୋକିକରଣ ପାଇଁଁ ସ୍ଥିର କରାଗଲା। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସମସ୍ତ ଓ୍ବାର୍ଡମାନଙ୍କରେ ପାନୀୟ ଜଳର ଅଭାବ ଦୂର ପାଇଁ ନଳକୂପ ଓ ରାସ୍ତା କଡ଼ରେ ଥିବା ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ଶୀଘ୍ର ମରାମତି ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଗଲା। ଏନ୍ ଏ ସି ର ଗରିବ ତଥା ଅସହାୟ ଲୋକମାନଙ୍କୁ ରାସନ୍ କାର୍ଡ ପ୍ରଦାନ ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅନୁରୋଧ କରାଗଲା।

 କେସିଙ୍ଗା ରୁ  ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ ।

Related posts

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ଶିକ୍ଷକ ସଂଘ ତରଫରୁ ସାହାଯ୍ୟ

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା ନିଦାଘ

Leave a Comment

error: Content is protected !!