ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲ୍ୟାଣ୍ଡଫଲ୍ ବେଳକୁ ଦୁର୍ବଳ ହୋଇଥିବ ବାତ୍ୟା, ବିଶିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା

୧୦ ତାରିଖରେ ଉପକୂଳ ନିକଟ ହେଲା ପରେ ଦିଗ ବଦଳାଇପାରେ । ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ରହିଛି । ତେବେ ଲ୍ୟାଣ୍ଡଫଲ କଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବା ସମ୍ଭାବନା ରହିଛି ବୋଲି ସଂଭ୍ୟାବ ବାତ୍ୟା ସମ୍ପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା ଦେଇଛନ୍ତି।

ସେହିପରି ୧୦ ତାରିଖରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ୧୦ ତାରିଖ ଅପରାହ୍ଣରେ କଟକ, ଭୁବନେଶ୍ୱରରେ ପ୍ରଭାବ ପଡିପାରେ । ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ।

ଏହାସହିତ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାର । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବ । ୮ ତାରିଖ ସନ୍ଧ୍ୟାରେ ବାତ୍ୟାର ରୂପ ନେବ । ବାତ୍ୟା ରୂପରେ ୧୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା ବାତ୍ୟା ସମୁଦ୍ର ମଧ୍ୟରେ ରହି ବଳ ଗୋଟାଇବ ବୋଲି କୁହାଯାଉଛି।

 ସମ୍ଭାବ୍ୟ ବାତ୍ୟା ୧୦ ତାରିଖରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ହେଲେ ଏହାର ଲ୍ୟାଣ୍ଡଫଲ୍ ସ୍ଥାନ ନିରୁପଣ ହୋଇନାହିଁ। ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ଲଘୁଚାପ କ୍ଷେତ୍ର ନିକଟତର ହେବା ପରେ ହିଁ ଏହା ସଠିକ୍ ସ୍ଥାନ ଆକଳନ କରାଯିବ। ଏହି ସମୟରେ ପବନର ବେଗ ୮୦ରୁ ୯୦ କିମି ବେଗରେ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ଯେଉଁ ମତ୍ସଜୀବୀ ସମୁଦ୍ର ମଧ୍ୟକୁ ଯାଉଛନ୍ତି ସେମାନଙ୍କୁ ଫେରି ଆସିବାକୁ ସତର୍କ କରିଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର।  ତେବେ ବାତ୍ୟା କେଉଁଠି ଉପକୂଳ ଛୁଇଁବ, କେବେ ଛୁଇଁବ ଓ ଏହାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇନି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା

Sunil Chandra Nayak

ଖଡ଼ିଆଲ ହେଲଥକ୍ଲବ ସଦସ୍ୟ ଙ୍କ ଦ୍ବାରା ମାନସିକ ଗ୍ରସ୍ତ ଙ୍କ  ଶେଷ କୃତ୍ୟ

Leave a Comment

error: Content is protected !!