ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ରେ ଆଇପିଏଲ୍ ବେଟିଂ: ଜଣେ ଗିରଫ, ୭୫ ହଜାର ଟଙ୍କା ଜବତ….୧ କୋଟି୪୫ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ

ଆଇପିଏଲ୍‌କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ୍। ତାଙ୍କ ନାଁ ରାକେଶ ଚୌଧୁରୀ। ତାଙ୍କ ଠାରୁ ୭୫ ହଜାର ଟଙ୍କା, ୭ଟି ମୋବାଇଲ, ଲାପଟପ, ଟଙ୍କା ଗଣିବା ମେସିନ୍‌ ସହିତ ବହୁ କାଗଜପତ୍ର ଜବତ କରାଯାଇଛି।ଧର୍ମଗଡ଼ ଡିଏସ୍‌ପି ଧୀରଜ କୁମାର ଚୋପଦାରଙ୍କ ନେତୄତ୍ୱରେ ଏକ ଟିମ ଧର୍ମଗଡ଼ ସହରର କେନ୍ଦୁମୁଣ୍ଡି ପଡ଼ାରେ ଏହି ଚଢ଼ାଉ କରି ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା। ତା ପାଖରୁ ନଗଦ ୭୦ ହଜାର ଟଙ୍କା,ଗୋଟିଏ କାର, ଗୋଟିଏ ଲେପଟପ,ବିଭିନ୍ନ ନାମିଦାମୀ କମ୍ପାନୀର ୮ଗୋଟି ମୋବାଇଲ ଫୋନ,ଦୁଇଟି ଚେକ ବୁକ,ବିଭିନ୍ନ ବ୍ୟାଙ୍କ ର ୪ଗୋଟି ଏଟିଏମ କାର୍ଡ ଓ ଦୁଇଟି ଚେକବୁକ ପୋଲିସ ଜବତ କରିଛି। ଅଭିଯୁକ୍ତ ର ସମ୍ପର୍କୀୟ ନାମରେ ବିଭିନ୍ନ ବ୍ୟାଙ୍କ ରେ ଜମାଥିବା ୧ କୋଟି ୪୫ ଲକ୍ଷ ଟଙ୍କା ମଧ୍ୟ ପୋଲିସ ଫ୍ରିଜ କରିଛି।ଏହି ଖେଳରେ ଧର୍ମଗଡ଼ ଅଞ୍ଚଳ ର ବହୁ ଲୋକ ସାମିଲ ଥିବା ପୋଲିସ ସୁରାକ ପାଇଛି।ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଧର୍ମଗଡ଼ ଆଇଆଇସି ରଶ୍ମିତା ପ୍ରଧାନ ପ୍ରକାଶ କରିଛନ୍ତି, ବେଟିଂ ନେଇ ଆମ ପାଖକୁ ସୂଚନା ଆସିଥିଲା। ତା’ପରେ ଆମେ ରେଡ୍ କରିଥିଲୁ ବୋଲି ସେ ପ୍ରକାଶ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ମୌସୁମୀ ସାହିତ୍ୟ ଆସର

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ସଚେତନତା ସମାବେଶ ଆଜି 

Sunil Chandra Nayak

ଉପରଚୁବୁରୀ ଗ୍ରାମର ନାବାଳକ ଗାଁ ପୋଖରୀରେ ବୁଡି ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!