ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ ବିଧାୟକଙ୍କ ବିଜେପୁର ଗସ୍ତ,ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ଅଭିଯୋଗ

ଭବାନିପାଟଣା -:  ମ ନି ସ  ଲାଞ୍ଜିଗଡ ବିଧାୟକ ଦୁର୍ଗମ ବିଜେପୁର ପରିଦର୍ଶନ କରିଛନ୍ତି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି ତ କିଛି ଯୋଜନା ବାଟବଣା ହେବାରେ ଲାଗିଛି । ଏହାକୁ ନେଇ ଦୁର୍ଗମ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଲାଗି ରହୁଥିଲା । ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦିପ କୁମାର ଦିଶାରୀ ବିଜେପୁର ପଞ୍ଚାୟତକୁ ଗସ୍ତକରି ଲୋକଙ୍କ ସହିତ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକଙ୍କ ନିଜ ପଞ୍ଚାୟତ ହୋଇଥିବାରୁ ସେ ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ଅନେକ ସମସ୍ୟାକୁ ନେଇ ବିଧାୟକଙ୍କ ଠାରେ ଫେରାଦ ହୋଇଥିଲେ । ବିଜେପୁର ପଞ୍ଚାୟତରେ ୩୦ରୁ ଉର୍ଦ୍ଧ ଗାଁ ଥିବା ବେଳେ ଆଜି ମଧ୍ୟ ଏହି ପଞ୍ଚାୟତର ଅନେକ ଉପାନ୍ତ ବାସି ସରକାରଙ୍କ ମୈାଳିକ ସୁବିଧାରୁ ବଂଚିତ ଅଛନ୍ତି । ୪ ରୁ ୫ଟି ଗାଁରେ ଆଜି ମଧ୍ୟ ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ ଓ ପାନୀୟଜଳ ଯୋଜନା ଅପହଞ୍ଚ ହୋଇ ରହିଛି । ବିଜେପୁରରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମି ରହୁ ନାହାନ୍ତି ଫଳରେ ଗର୍ଭବତୀ ଓ ପ୍ରସୁତି ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ବିଜେପୁର ପଞ୍ଚାୟତରେ ଥିବା ସ୍କୁଲ ଗୁଡିକରେ ଶିକ୍ଷକ ମାନେ ଆସୁନଥିବାରୁ ପିଲାଙ୍କ ପାଠପଢା ଠପ୍ ହୋଇ ରହୁଛି । ଏହି ସବୁ ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ ବାସି ବିଧାୟକଙ୍କ ଦୃଷ୍ଟି ଗୋଚର କରିଥିଲେ । ଏହି ସବୁର ସମସ୍ୟା ପାଇଁ ବିଭାଗିୟ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ଓ ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ଲୋକଙ୍କୁ ପ୍ରତିସୃତି ଦେଇଥିଲେ । ଲାଞ୍ଜିଗଡ ବିଧାୟକଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ପୁର୍ବତନ ଲାଞ୍ଜିଗଡ ବିଧାୟକ ଶିବାଜି ମାଝୀ,ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ,ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡ,ପୁର୍ବତନ ବ୍ଲକ ଅଧ୍ୟକ୍ଷ ମନହର ହରପାଲ,ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ,ହିମାଦ୍ରୀ ପେସନିଆ,ସୁବାଷ ଅଗ୍ରୱାଲ,ଶ୍ରୀଧର ପେସନିଆ,ଚନ୍ଦ୍ରଧ୍ୱଜ ପେସନିଆ,ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ,ବିଜେଡି ଯୁବ ସଭାପତି ଡିଲେଶ ନାଗ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Related posts

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ବାଗ୍ମୀ ପୁରୁଷ ପଦ୍ମଶ୍ରୀ ରଜତ କର

ଝାରବନ୍ଧ ପଞ୍ଚାୟତ ପିଡିଏସ ଚାଉଳ ହଡପ୍ ଘଟଣା, ତଦନ୍ତ ଓ ଦ୍ରୁଢ ପଦକ୍ଷେପ ପାଇଁ ଗରିବସେନା ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!