ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା କୃଷକ ମାନଙ୍କର ବିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

ଲାଠିକଟାରେ ମହିଳା ସମାବେଶ …….

ରାଉରକେଲା/ ଲାଠିକଟା ବ୍ଲକ ଅନ୍ତର୍ଗତ ସିଉଡ଼ିହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଲାଠିକଟା କୃଷକ ଉତ୍ପାଦକ ସଂଗଠନ ଓ ଜାତୀୟ ଶ୍ରମିକ ଶିକ୍ଷା ବୋର୍ଡ ମିଳିତ ଆନୁକୂଲ୍ୟରେ ମହିଳା କୃଷକ ମାନଙ୍କ ପାଇଁ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ବିକାଶ ସମ୍ପର୍କରେ ଏକ ସଚେତନତା କର୍ମ ଶାଳା ଅନୁଷ୍ଠିତ ହୋଇଯାଇଛି l ସ୍ବେଚ୍ଛାସେବୀ ସଂଗଠନ “ଲାଲ” ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡା ଏଥିରେ ଅଧ୍ୟକ୍ଷତା କରି କହିଲେ ମହିଳା କୃଷକ ମାନଙ୍କ ସାମାଜିକ ଅର୍ଥନୈତିକ ଓ ବୈଷୟିକ କିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ। ଏଥିନିମନ୍ତେ ମହିଳା କୃଷକ ଉତ୍ପାଦକ ସଂଗଠନ ଗଠନ ଏକାନ୍ତ ଅପରିହାର୍ଯ୍ୟ l କୃଷକ ତଥା ଚାଷୀମାନେ ଏହି ସଂଗଠନ ମାଧ୍ୟମରେ ଉନ୍ନତମାନର ବିହନ ରାସାୟନିକ ସାର, କୀଟନାଶକ ଔଷଧ ଓ କୃଷି ଉପକରଣ ସୁଲଭ ମୂଲ୍ୟରେ ପାଇପାରିବେ l ଓ କୃଷକ ମାନେ ଉତ୍ପାଦନ କରୁଥିବା ପନିପରିବା ଠାରୁ ଆରମ୍ଭ କରି କୋଳଥ, ବିରି, ମୁଗ, ହରଡ଼, ସୋରିଷ, ମାଣ୍ଡିଆ, ଗହମ ପ୍ରଭୁତି ଶସ୍ୟ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀମାନେ ବିକ୍ରିକରୀ ଅଧିକ ଲାଭବାନ ହୋଇପାରିବେ। ଏଣୁ ମହିଳା କୃଷକ ଉତ୍ପାଦକ ସଂଗଠନରେ ସଦସ୍ୟ ହୋଇ ଏହାର ସୁଯୋଗ ନେବାପାଇଁ ମହିଳା କୃଷକ ମାନଙ୍କୁ ଶ୍ରୀ ପରିଡା ଆହ୍ୱାନ ଦେଇଥିଲେ l ଜାତୀୟ ଶ୍ରମିକ ଶିକ୍ଷା ବୋର୍ଡର ଶିକ୍ଷାଧିକାରୀ ନାଗାର୍ଜୁନ ରେଡି କହିଲେ ଯେ କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା କୃଷକ ଉତ୍ପାଦକ ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଏହା ଜରିଆରେ କୃଷକ ମାନଙ୍କ ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ସ୍ଥାନୀୟ ସରପଞ୍ଚ ଅରୁଣା ଇରାନୀ କିଷାନ, ତାଙ୍କ ଵକ୍ତବ୍ୟରେ କହିଲେ ମହିଳା ମାନେ ସ୍ୱବଲମ୍ବୀ ହେବାକୁ ହେଲେ କୃଷକ ଉତ୍ପାଦକ ସଂଗଠରେ ସାମିଲ ହେବାପାଇଁ ସେ ପରାମର୍ଶ ଦେଇଥିଲେ l ସାମ୍ବାଦିକ ଅନିଲ ପଟ୍ଟନାୟକ, ସନ୍ଦୀପ ପରିଡା, ଵିଶାଲ କିଷାନ. ପଦ୍ମାବତୀ ସିଂ ସୌଦାମିନୀ କିଷାନ, ସରିତା ପୂରଣ ଗୁରୁବାରୀ ମୁଣ୍ଡା, ସୁଲୋଚନା ବାରର୍ଲା , ପୁଷ୍ପା ନାୟକ ଓ ସନ୍ଧ୍ୟା କେରକେଟା ପ୍ରମୁଖ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ l ଶେଷରେ ଲାଠିକଟା ବ୍ଲକ ସଂଯୋଜକ ମୋନାଲିସା ପରିଡା ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା କୃଷକ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ଶ୍ରୀ ସତ୍ୟସାଇ ବାବା ଙ୍କ ଆରାଧନା ମହୋତ୍ସବ ପାଳିତ

Sunil Chandra Nayak

ରାଇରଙ୍ଗପୁର; ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!