ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ……

 

ପୂଜନୀୟ ବାପା,

 

ମୋର ପ୍ରଣାମ ନେବେ I ଆଜି ସୁଦୂର ଆମେରିକାରୁ ଥାଇ ଏ ଚିଠି ଲେଖୁଛି I କିଛି କଥା ତୁମକୁ ସାମ୍ନାରେ କହିବାର ସାହସ ନାହିଁ I ସେଥିପାଇଁ ଚିଠି ଟିଏ ଲେଖୁଛି, କ୍ଷମା କରିଦେବେ I

ଆଜି ସକାଳୁ ସକାଳୁ ଆମ ଓଡିଶାର ଗୋଟେ ପ୍ରସିଦ୍ଧ ଖବର କାଗଜରୁ ଜାଣିବାକୁ ପାଇଲି ଯେ ତୁମେ ତୁମର ସବୁ ସ୍ଥାବର ଅସ୍ଥାବର ସମ୍ପତି ଗୋଟେ ଵୃଦ୍ଧାଶ୍ରମକୁ ଦାନରେ ଦେବା ପାଇଁ ଇଛାପତ୍ର କରି ଦେଇଛ I ସେ ଖବର କାଗଜର ସୂତ୍ର ଅନୁସାରେ ତୁମର ଗୋଟେ ବୋଲି ପୁଅ ତୁମର ଦେଖା ଚାହଁI ନ କରିବାରୁ ତୁମେ ଏମିତି ଏକ ପଦକ୍ଷେପ ନେଇଚ I

ବାପା , ଅIପଣଙ୍କର ଏଇ ଗୋଟେ ନିଷ୍ପତି ଯୋଗୁଁ ସମାଜର ଆଖିରେ ଆଜି ମୁଁ ଗୋଟେ କୁଳାଙ୍ଗାର , ଅପଦାର୍ଥ , ସ୍ୱାର୍ଥପର ପୁଅ I ହେଲେ ଆଜି ମୁଁ ନିଜ କୁ ନିଜେ ପ୍ରଶ୍ନ କରୁଛି, ମୋର ଏ ପରିସ୍ଥିତି ପାଇଁ ଦାୟୀ କିଏ ? ବାପା ତୁମେ ନୁହଁତ ?

ମୋ ବାପା, ମୋ ପାଇଁ ଭଗବାନ I

ଭଗବାନ କେବେ କଣ ଭୁଲ କରି ପାରନ୍ତି?

ନା , କେବେ ନୁହେଁ?

ତେବେ ଭୁଲ ରହିଲା କଉଠି ?

ମୋ ଅବସ୍ଥା ଆଜି ଏମିତି କାହିଁକି ହେଲା ? ଜୀବନରେ ବାପା ଆପଣଙ୍କ କଥାକୁ ବେଦର ଗାର ମାନି ମୁଁ ଚଳିଆସିଛି I ତେବେ ଆଜି କଉଠି ଭୁଲ ରହିଗଲା ?

ବାପା , ମୋର ନର୍ସରୀ ଶ୍ରେଣୀ ଠାରୁ ଆରମ୍ଭ କରି ହେତୁ ହେଲା ଦିନ ଯାଏ ଅIପଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଠ ପଢି ଆସିଛି I ମୋର ମନେ ଅଛି ପଞ୍ଚମ ଶ୍ରେଣୀ ବୃତି ପରୀକ୍ଷାରେ ଆମ ଜିଲାରେ ମୁଁ ଦ୍ୱିତୀୟ ସ୍ଥାନ ଅଧିକାର କରି ବୃତି ପାଇବା ପାଇଁ ମନୋନୀତ ହୋଇଥିଲିI କିନ୍ତୁ ସେଦିନ ଆପଣ ଖୁସି ହେଇ ନଥିଲେ I ସ୍କୁଲରୁ ଫେରିଲା ବେଳେ ମୋତେ ପ୍ରଶ୍ନ ଟିଏ ପଚାରିଥିଲେ I ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ବ୍ୟକି କିଏ? ମୁଁ ତତ୍କ୍ଷଣାତ ଉତର ଦେଇଥିଲି, ନୀଳ ଆର୍ମଷ୍ଟ୍ରଙ୍ଗI କିଛି ସମୟ ପରେ ପଚାରିଲେ ଚନ୍ଦ୍ରରେ ପାଦ ଦେଇଥିବା ଦୁତୀୟ ବ୍ୟକ୍ତି ନାମ କଣ ? ମୁଁ କହିପାରିନଥିଲି I ଆପଣ କହିଥିଲେ କେହିବି ଦ୍ୱିତୀୟ ବ୍ୟକ୍ତିର ନାମ ମନେ ରଖନ୍ତିନି I ସମସ୍ତେ ପ୍ରଥମକୁ ମନେ ରଖନ୍ତି I ଜୀବନରେ ସବୁ ବେଳେ ପ୍ରଥମ ହେବI ପାଇଁ ଚେଷ୍ଟା କର I

ସେହି ଦିନ ଠୁ ମୁଁ ପ୍ରଥମ ହେବା ପାଇଁ ଧାଇଁ ଚାଲିଛି I ସେଇଟା କଣ ମୋର ଭୁଲ?

ଯେଉଁ ବୟସରେ ମୋ ସାଙ୍ଗ ମାନେ ଖେଳ କୁଦରେ ମାତିଥାନ୍ତି, ମୁଁ ସେ ବୟସରେ ପାଠ ପଢ଼ୁଥିଲି, କାରଣ ଦ୍ୱିତୀୟ ହେବାର ଭୟ ମୋ ମୁଣ୍ଡରେ ଥିଲା I

ଷଷ୍ଠ ଶ୍ରେଣୀରୁ ମୋତେ ଆପଣ ଆଇଆଇଟି(IIT) କେମିତି ପଢ଼ିବି ସେଥିପାଇଁ ମୋତେ ଫିଟିଯି (FIITJEE) ଭଳି କୋଚିଂ କ୍ଲାସରେ ଆଡ଼ମିସନ କରିଦେଲେ I ବାର ବର୍ଷ ବୟସରେ ଆପଣ ମୋତେ ଇଂଜିନିୟର କରିବା ପାଇଁ ଏକ ପ୍ରକାର ମନସ୍ଥ କରିସାରିଥିଲେ I କେବେବି ଜାଣିବାକୁ ଚେଷ୍ଟା କରି ନଥିଲେ ମୋର ପସନ୍ଦ କଣ I ମୁଁ କେତେ ସୁନ୍ଦର ଗପ ସବୁ ଲେଖୁଥିଲି I ମୁଁ ଲେଖିଥିବା ରଚନାକୁ ଆମ ଓଡ଼ିଆ ସାର ସବୁ ପିଲାଙ୍କୁ ପଢି ଶୁଣାଉଥିଲେ I ହେଲେ ଅIପଣଙ୍କ ନଜରରେ କେବଳ ବିଜ୍ଞାନ ଆଉ ଗଣିତ ହିଁ ଜରୁରୀ ପାଠ ଥିଲା, ଓଡ଼ିଆ ଇତିହାସ ଚିତ୍ରIଙ୍କନ ଆଦି କେବଳ କାମଚଳା ପାଠ I

ମୁଁ ଅIପଣଙ୍କ ଇଛା ମୁତାବକ ଦଶମରେ କୃତିତ୍ୱ ସହକାରେ ପ୍ରଥମ ଶ୍ରେଣୀରେ ପାସ କଲି I ସବୁ ପିଲା ମାନଙ୍କ ପରି ମୋରବି କଲେଜ ଜୀବନରେ କିଛି ସ୍ୱାଧୀନତା ମିଳିବ ବୋଲି ଆଶା କରିଥିଲି I କିନ୍ତୁ ଆପଣ ମୋତେ କଲେଜ ହିଁ ପଠାଇଲେ ନାହିଁ I ସୁଦୂର ରାଜସ୍ଥାନର କୋଟI ସହରରେ କୋଚିଂ ପାଇଁ ପଠେଇ ଦେଲେ I ନାମକୁ ମାତ୍ର ଗୋଟେ କଲେଜରେ କେବଳ ପରୀକ୍ଷା ଦେଇଥିଲି ଯୁକ୍ତ ଦୁଇ ପାସ ହେବI ପାଇଁ I ମୁଁ ବି ଆଜ୍ଞାଧୀନ ପୁତ୍ର ଭାବେ କିଛି ଆପତ୍ତି କରିନଥିଲି I ଅIପଣଂକ ଆଶା ଅନୁସାରେ ପ୍ରଥମ ଚେଷ୍ଟାରେ ଆଇଆଇଟି (IIT) ପଢିବା ପାଇଁ ଚୟନ ହେଇଗଲି I ମୋର କଠିନ ପରିଶ୍ରମ ଆଉ ଆପଣଙ୍କ ଆଶୀର୍ବାଦରୁ ଆଇ ଆଇ ଟି (IIT)ରେ ପ୍ରଥମ ହେଇ ଆମେରିକା ର ନାସା (NASA) ରେ ଚାକିରୀ ପାଇଗଲି I

ବାପା ଆପଣ କେତେ ଖୁସି ହେଇନଥିଲେ ସେଦିନ I ଆମ ଗାଁ ଯାକର ଲୋକଙ୍କୁ ଭୋଜି ଦେଇଥିଲେ , କାରଣ ଆପଣଂକ ପୁଅ ନାସାରେ ଚାକିରୀ ପାଇଛି I ଅIପଣଙ୍କର ବହୁତ ଦିନ ର ସ୍ବପ୍ନ ପୁରଣ ହୋଇଛି I

ପିଲାଟି ଦିନରୁ ଆପଣ ମୋତେ ଗୋଟେ ପାଠପଢା ମେସିନ ବନେଇ ଦେଲେ I ମୋ ମନରେ ସାମାଜିକ ଚଳଣି ଅପେକ୍ଷା ଗଣିତର ସୂକ୍ଷ୍ମା ତି ସୁକ୍ଷ୍ମ ସମୀକରଣ ର ସମାଧାନ ସବୁ ଭର୍ତି କରାଇଦେଲେ I ଆପଣ ସ୍ବପ୍ନ କୁ ସାକାର କରିବାକୁ ଯାଇ ମୁଁ ଏତେ ଉଚ୍ଚ ପହଂଚି ଯାଇଛି ଯେ ତଳକୁ ଆସିବା ପାଇଁ ସମୟ ହିଁ ନାହିଁ I

ଜାଣିଛ ବାପା, ଆପଣ ସବୁଠୁ ଖୁସି ହେବା କଥା ଯେ ମୁଁ ମହାକାଶଚାରି ଭାବେ ଯିବା ପାଇଁ ମନୋନୀତ ହେଇଚି I ଏକ ହଜାର ରୁ ଅଧିକ ପ୍ରାଥୀଙ୍କୁ ପଛରେ ପକାଇ ମୁଁ ଆଜିବି ପ୍ରଥମ ହେଇଚି I କିନ୍ତୁ ପ୍ରଥମ ଥର ପାଇଁ ଆପଣ ଖୁସି ନୁହନ୍ତି I କାରଣ ମୁଁ ଏବେ ଆଉ ଆପଣଂକୁ ସମୟ ଦେଇପାରୁନି I ଆଜି ପରିଣତ ବୟସରେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି I ମୁଁ ଜାଣେ ଆପଣଂକ ଅସୁସ୍ଥତା , ମାଆ ର ମୃତ୍ୟୁ ପରେ ଅIପଣଙ୍କ ନିଃସଙ୍ଗତା I ଆପଣ ଚାହାନ୍ତି ପୁଅ ପାଖରେ ରୁହନ୍ତୁ , ନିଜ ଗାଁ ରେ I ଆପଣ କିନ୍ତୁ ନିଜ ଗାଁ ଛାଡି ବିଦେଶରେ ରହିବାକୁ ନାରାଜ I ଆପଣ ଏବେ ହୃଦୟଙ୍ଗମ କରୁଥିବେ ଯେ ଏତେ ପରିଶ୍ରମ କରି ଯେଉଁ ସଫଳତାର ଶିଖରରେ ପହଂଚିବା ପାଇଁ ମୋତେ ଜୀବନ ଯାକ ପ୍ରେରଣା ଦେଇ ଆସୁଥିଲେ, ସେଇ ସଫଳତା ଆଜି ଆପଣ ଆଉ ମୋ ଭିତରେ ପାଚେରୀ ହେଇ ଛିଡା ହେଇଚି I

ପିଲା ଦିନର ଖେଳକୁଦ, ସାଙ୍ଗସାଥି ଙ୍କ ସହ ମଉଜମଜଲିସ ର ଅନୁଭୂତି କେବଳ ପାଠ ପଢା ପାଇଁ ହରେଇଛି I କିଶୋର ଅବସ୍ଥା ରେ କଲେଜ ଜୀବନ ବି ପାଠ ପାଇଁ ଦେଖି ପାରିଲିନି Iଏବେ ସେ ପାଠ ପଢାର ଫଳ କଣ ? ମୋର ଉଚ୍ଚ ସଫଳତା , ଆଉ ଆପଣ ମୋ ମଧ୍ୟ ରେ ବହୁତ ଦୂରତ୍ଵ I

ବାପା, ମୁଁ ଆପଣଂକ ପୁଅ I ଆଜି ଯାଏ ଆପଣଙ୍କ କଥା କୁ ମାନି ଚାଲିଥିଲି I ଆଜି ବି ମାନିବି I ଆପଣ ମୋ ଉପରେ ଅଭିମାନ କରି ସବୁ ସମ୍ପତି ଵୃଦ୍ଧାଶ୍ରମକୁ ଦାନ କରି ଦେଇଛନ୍ତି I ମୁଁ ଏହାକୁ ସ୍ୱାଗତ କରୁଛି I ବାପା, ମୁଁ ବି ତ ଅIପଣଙ୍କ ସମ୍ପତି I ସତ କହିବାକୁ ଗଲେ ପରୋକ୍ଷରେ ଆପଣ ମୋତେ ବି ଵୃଦ୍ଧାଶ୍ରମକୁ ଦାନ କରି ଦେଇଛନ୍ତି I ତେଣୁ ମୁଁ ମଧ୍ୟ ସବୁ କିଛି ତ୍ୟାଗ କରି ମୋ ନିଜ ଦେଶକୁ ଫେରିବାର ନିଷ୍ପତି ନେଇସାରିଛି I ମୋର ସବୁ ସମ୍ପତିକୁ ଆପଣଙ୍କ ଵୃଦ୍ଧାଶ୍ରମକୁ ଦାନ କରି ଆପଣଂକ ପାଖେ ପାଖେ ରହିବି I ଜୀବନରେ ପ୍ରଥମ ହେବା ପାଇଁ ବହୁତ ଧାଇଁ ସାରିଲିଣି I ଏବେ ମୁଁ ପୁରା କ୍ଲାନ୍ତ I ଆଉ ଉଡିବାକୁ ଇଛା ନାହିଁ I ଯେତେଦିନ ପାରିବି ଅIପଣଙ୍କ ସେବା କରିବି I

କାରଣ, ମୋ ବାପା, ମୋ ଚଳନ୍ତି ଭଗବାନ I ଅIପଣଙ୍କ ସେବା ହିଁ ମୋର ପ୍ରଥମ କର୍ତବ୍ୟ I

ଇତି

ଆପଣଂକ ଆଜ୍ଞାଧୀନ ପୁଅ।

 

 

ସୌଜନ୍ୟ: ଏକ Whatsapp ବନ୍ଧୁଙ୍କ ନିକଟରୁ ପ୍ରାପ୍ତ ମେସେଜ।

ମୋତେ ଭଲ ଲାଗିଲା ତେଣୁ ସେୟାର କଲି।

ଵିଦ୍ୟାଧର ସାହୁ, ବରିଷ୍ଠ ସାମ୍ବାଦିକ

ଧର୍ମଗଡ଼, କଳାହାଣ୍ଡି।

Related posts

ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ରେ ନିର୍ମିତ ସଡ଼କ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରା

Sunil Chandra Nayak

କୋକସରା ବ୍ଲକରେ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!