ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପାଠାଗାରର ସଂପାଦକ ତଥା ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ସହପ୍ରଭାରୀ ଯୋଗ ପ୍ରଶିକ୍ଷକ ଅକୃର ମାର୍ଥା ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଯୋଗର ଆବଶ୍ୟକତା ଓ ଶରୀର ସୁସ୍ଥ ପାଇଁ କିପରି ଫଳପ୍ରଦ ସେ ସଂପର୍କରେ ଆଲୋଚନା କରିଥିଲେ । ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ସଂସାର ସୃଷ୍ଟି ରୁ ଯୋଗ ଆରମ୍ଭ ।ବ୍ରହ୍ମା ହେଉଛନ୍ତି ଯୋଗର ପ୍ରବକ୍ତା। ଆଦିଗୁରୁ ହେଲେ ଶିବ। ଯୋଗ ଦ୍ବାରା କେବଳ ଶରୀର ସୁସ୍ଥ ନୁହେଁ ମାନସିକ ଅବସାଦ ଦୂର ହେବାସହ ମଣିଷ ଦୀର୍ଘାୟୁ ହୋଇଥାଏ। ଏଥିପାଇଁ ନିୟମିତ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଆଚାର୍ଯ୍ୟ ଯୋଗର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବାସିନୀ ସାହୁ,ପ୍ରିୟା ପାତ୍ର,ସଂଯୁକ୍ତା ଦାସ,କବିତା ଦାସ,ନନ୍ଦିନୀ, ମୀନତି ପଟ୍ଟନାୟକ,ପୁତୁଲ ଡୋଗ୍ରା,ନିରୁପମା ଚାନ୍ଦ, ଶଶିରେଖା ବେହେରା, ଚିତ୍ତରଞ୍ଜନ ଦାସ,ତାପସ ସାହା,ବିଷ୍ଣୁଚରଣ ସାହୁ, ସ୍ବର୍ଣ୍ଣଲତା ଘଡେଇ, ଭାନୁଲତା ଘଡେଇ, କମଳାକାନ୍ତ ମହାନ୍ତି, କମଳା ଆଚାର୍ଯ୍ୟ, ବସନ୍ତ ମହାରଣା,ଗଦାଧର ଦାସ, ଶରତଚନ୍ଦ୍ର ରାଉତ,ଅମୂଲ୍ୟ ପ୍ରସାଦ ବେହେରା, ବିବେକ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡା ଯଜ୍ଞ କରିଥିବା ବେଳେ ଶେଷରେ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏବେ ଗାଡି ଇନସ୍ୟୁରାନ୍ସ ମହଙ୍ଗା..

ଢେଙ୍କାନାଳ କଙ୍କଡାହାଡ ଛକରେ ଗୋରୁ ବୋଝେଇ ଗାଡି ଜବତ , ୨୦ ଗୋରୁ ଉଦ୍ଧାର , ଗୋଟିଏ ମୃତ , ଗାଡି ଛାଡି ଡ୍ରାଇଭର ଫେରାର

Sunil Chandra Nayak

ପ୍ରେମାନନ୍ଦ ବେହେରା ଙ୍କ କବିତା ମୋ ଜଗା ଆସିବ

Leave a Comment

error: Content is protected !!