ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନଆଇଟି କୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

ରାଉରକେଲା/ ଷାଠିଏ ଦଶକରେ ତତ୍କାଳୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ତତ୍କାଳୀନ ଆରଇସି ଓ ସଂପ୍ରତି ଏନଆଇଟି କୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଆରଇସି ର ପ୍ରାକ୍ତନ ଛାତ୍ର ଭାରତ ଭୂଷଣ ମହାନ୍ତି,ବିମଳ ବିଶି, ଫକୀର ଚରଣ ମହାନ୍ତି ଦାବି କରିବା ପରେ ଏହାକୁ ସଠିକ ଦାବି ସହ ସମର୍ଥନ ଜଣାଇଛି ସଚେତନ ନାଗରିକ ମଞ୍ଚ । ଏନେଇ ମଂଚ ତରଫରୁ କୁହାଯାଇଛି ଯେ ବିଜୁବାବୁ ଙ୍କ ଅଦ୍ୟମ ନିଷ୍ଠା ଓ ପ୍ରୟାସ ଫଳରେ ରାଉରକେଲାରେ ଷାଠିଏ ଦଶକରେ ଆରଇସି ପ୍ରତିଷ୍ଠିତ ହୋଇପାରିଥିଲା । ଏଥିପାଇଁ ସେ ଆବଶ୍ୟକୀୟ ଅର୍ଥ ବ୍ୟବସ୍ଥା କରିଥିଲେ । ତେବେ ଦେଶରେ ବିଭିନ୍ନ ସ୍ଥାନରେ ଥିବା ଏନଆଇଟି ଗୁଡିକ ବିଭିନ୍ନ ମହାପୁରୁଷଙ୍କ ନାମରେ ନାମିତ କରାଯାଇଥିବା ବେଳେ ରାଉରକେଲା ଏନଆଇଟି କୁ ବିଶେଷ ଅବଦାନ ଦେଇଥିବା ହେତୁ ବିଜୁବାବୁଙ୍କ ନାମରେ ନାମିତ କରାଯିବାକୁ ଯଥାର୍ଥତା ରହିଛି । ସେହିପରି ସେହି ଏକା ସମୟରେ ଝାରସୁଗୁଡା ଇଂଜିନିୟରିଂ ସ୍କୁଲ ବିଜୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା। ତେଣୁ ରାଉରକେଲା ଏନଆଇଟି ଓ ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ମଂଚ ପକ୍ଷରୁ ଦାବି କରାଯାଇଛି । ଅନ୍ୟ ପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ତାଳଚେର ବିମଳାଗଡ ରେଳପଥର ଜନସ୍ବାର୍ଥ ମାମଲାକୁ ମୁଖ୍ୟ ବିଚାରପତି ଗ୍ରହଣ କରି ଖୁବ୍ ଶିଘ୍ର ରାୟ ପ୍ରକାଶ କରିବେ ବୋଲି ଆଶାପ୍ରକାଶ କରାଯାଇଛି । ଉଚ୍ଚନ୍ଯାୟାଳୟ ଏସଂପର୍କରେ ଅନ୍ୟ ମାମଲା ଗୁଡିକୁ ଖାରିଜ କରି ସଚେତନ ନାଗରିକ ମଞ୍ଚ ଓ ୩୨ଟି ଅନୁଷ୍ଠାନ ତରଫରୁ ଦିଆଯାଇଥିବା ଜନସ୍ବାର୍ଥ ମାମଲା ତଥା ତାଳଚେର ବିମଳାଗଡ ରେଳପଥର ଗୁରୁତ୍ବ କୁ ଉପଲବ୍ଧି କରି ବିଚାର କରିବେ ବୋଲି ମଂଚ ପକ୍ଷରୁ କୁହାଯାଇଛି । ତେବେ ଏନଆଇଟି ଓ ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ମଂଚ ପକ୍ଷରୁ ସଭାପତି ଡାକ୍ତର ଫକୀର ଚାରଣ ହୋତା,କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର,ସାଧାରଣ ସଂପାଦକ ପି ପି ରାୟ,ଉପେନ୍ଦ୍ର ନାୟକ,ଅଭୟ କୁମାର ଦାସ,ଡାକ୍ତର ଉତ୍ତମ ଜେନା, ଇଂ ଗୋପୀନାଥ ପଟ୍ଟନାୟକ,ଅମୂଲ୍ୟ ଚରଣ ବରାଳ,ଚିତ୍ତରଞ୍ଜନ ଦାସ, ଜଗବନ୍ଧୁ ଜେନା, ମୀନତି ଦେବତା, ଡଃ କିଶୋରୀ ଦାଶ,ଇଂ ଉତ୍ତମ କୁମାର ସାମଲ, ନିରଞ୍ଜନ ଦାସ, ଡାକ୍ତର ଗୋପବନ୍ଧୁ ବଳ, ଡାକ୍ତର ବସନ୍ତ କୁମାର ଦାସ,ରବି ଦେହୁରୀ, ପ୍ରଭାତ ମହାପାତ୍ର, ସତ୍ୟପ୍ରିୟ ମହାନ୍ତି,ଅକ୍ଷୟ ଜେନା, ଅକ୍ଷୟ ଦାସ, ରମେଶ ଚନ୍ଦ୍ର ସେଠୀ, ରମେଶଚନ୍ଦ୍ର ମହାନ୍ତି, କୁଞ୍ଜବିହାରୀ ରାଉତ, ବିଜୟ କୁମାର ବରାଳ, ସୁବ୍ରତ ମଲ୍ଲିକ, ରାମଚନ୍ଦ୍ର ସାହୁ,ରଘୁ ବଳ, ଶାନ୍ତନୁ କୁମାର ମୁଦୁଲି, ଶଶଧର ପାତ୍ର,ହରିହର ବେହେରା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଦୀନବନ୍ଧୁ ଭୋଳ, ଜଟାଧାରୀ ମାଝୀ, କୈଳାଶ ଚନ୍ଦ୍ର ସାବତ ପ୍ରମୁଖ ଦାବି କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ମୃତି

Sunil Chandra Nayak

ରଥ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!