ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁମୁଡ଼ାମୁଣ୍ଡା ଗୌନ୍ତିଆଙ୍କ ପରଲୋକ, ଅଞ୍ଚଳରେ ଶୋକାକୁଳ ପରିବେଶ

କୋକସରା,୧/୧୧ ମ ନି ସ/ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗ୍ରାମର ଗୌନ୍ତିଆ ଶମ୍ଭୁ ପ୍ରସାଦ ପଣ୍ଡାଙ୍କ(୬୪) ବର୍ଷ ବୟସରେ ମଙ୍ଗଳବାର ଭବାନୀପାଟଣା ଠାରେ ଚିକିତ୍ସାଧୀନ ଅବସ୍ଥାରେରେ ପରଲୋକ ହୋଇଛି। ପରେ ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଗ୍ରାମ କାଉଡୋଳା ପଞ୍ଚାୟତ କୁମୁଡ଼ାମୁଣ୍ଡାକୁ ଆଣିବା ପରେ ତାଙ୍କ ଆତ୍ମୀୟ ସ୍ଵଜନ ଗ୍ରାମବାସୀ ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ଶବଧାରରେ ଶହ ଶହ ଗ୍ରାମବାସୀ ଉପସ୍ଥିତ ରହିଥିବା ବେଳେ ତାଙ୍କ ପୁତୁରା ଡ.ନିହାରକାନ୍ତ ପଣ୍ଡା ମୁଖାଗ୍ନି ଦେଇଥିଲେ। ସେ ଜଣେ ସମାଜସେବୀ, ପରୋପକାରୀ, ଧାର୍ମିକ ସ୍ଵଭାଵ ର ବ୍ୟକ୍ତି ଥିଲେ। ତାଙ୍କ ତିନି ଝିଅ, ଜ୍ବାଇଁ ନାତି ନାତୁଣୀ ଓ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ଗ୍ରାମ ଗୌନ୍ତିଆଙ୍କ ପରଲୋକ ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Related posts

ବଡବାଫାଲା ଗ୍ରାମରେ ଜିଓ ମୋବାଇଲ ଟାଓ୍ବାର ସ୍ଥାପନା କରିବା ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

କଳାହାଣ୍ଡି ହିନ୍ଦୀ ଶିକ୍ଷକ ସଂଘଠନ ପକ୍ଷରୁ ହିନ୍ଦୀ ଦିବସ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଗଣେଶ

Sunil Chandra Nayak

Leave a Comment

error: Content is protected !!