ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ମୁଁ ଓଡିଆ ମାଟିର କବି

ମୁଁ ଓଡିଆ ମାଟିର କବି

 

ରବୀନ୍ଦ୍ର କୁମାର ବେହେରା 

 

ମୁଁ ଓଡ଼ିଆ ମାଟିର କବି 

କ୍ଷୀର ସାଗରରୁ କାଳି ନେଇ ଲେଖେ,

କାଳିଆର ପ୍ରତିଛବି।

 

ପଞ୍ଚସଖା ଯୁଗେ ମୁଁ ଆବିର୍ଭାବ

ନାମ ଦାସ ଜଗନ୍ନାଥ,

ଓଡିଶାର ପାଣି ପବନେ ଲେଖିଛି

ଲୋକପ୍ରିୟ ଭାଗବତ।

 

ଦାଣ୍ଡୀ ରାମାୟଣ,ଲଷ୍ମୀ ପୁରାଣ କୁ

କରିଛି ଜୀବନ ଅଂଶ,

ଜଗନ୍ନାଥ ସ୍ମରି ଭକତି ଆବୋରି 

ନାମ ବଳରାମ ଦାସ ।

 

“ଗାନ୍ଧାରୀ ଦେଲା ଜନନୀ ପ୍ରାଣର 

ସୁମହତ ପରିଚୟ”

କାଳିନ୍ଦୀ ଚରଣ ପାଣିଗ୍ରାହୀ ଲେଖେ

ସତ୍ୟର ହେବ ଜୟ।

 

ବାଲେଶ୍ୱରୀଆ ମୁଁ ଫକୀର ମୋହନ

ଓଡ଼ିଆକୁ ଦିଅ ଚେତି,

“ବିଲୁଆ ଦେଖିଲେ ଡରି ମାରୁଥାଉ 

ଠେଙ୍ଗା ପାଇଁ ନାହିଁ ଶକ୍ତି।”

 

ଶାରଳା ଭୂମିର ସାରଳା ଦାସ ମୁଁ

ଲେଖିଛି ମହାଭାରତ,

କ୍ରୋଧିତ ଭୂମିର ଗଦା ପ୍ରହାରରେ

ଦୁଃଶାର ରକ୍ତ ପ୍ଳାବିତ।

 

“ଦୂର ତାଳବଣ ଆକାଶୁ ଖସାଏ

ମାଟିର କବିତା କିସେ,”

ପରିଚୟ ଦିଏ ପଲ୍ଲୀଗୀତ ଲେଖେ 

ବିନୋଦ ନାୟକ ଶେଷେ।

 

ପଲ୍ଲୀକବି ମୁହିଁ ନନ୍ଦକିଶୋର

ପଲ୍ଲୀ ପ୍ରକୃତି ମୋ ଶୋଷ,

“ଲେଖିଥିଲି ମୁହିଁ ଆସ ଆସ ପାରା

ମୋ’ରି ପିଣ୍ଡାରେ ବସ।”

 

 

ମୋ କାବ୍ୟ ନାୟିକା କାଳିଜାଇ କାନ୍ଦେ

ଗୋଦାବରୀଶର ସ୍ୱର,

“ଭଲକରି ନା ବୁହାରେ ନାଉରୀ

ଝିଅକୁ ମାଡୁଛି ଡର।”

 

ରସକଲ୍ଲୋଳ ର ଦୀନକୃଷ୍ଣନାମ

ଜାଣିଛକି କେହି ପୁତ?

“କଳା କଳେବର କହ୍ନାଇଁ” ଲେଖିଛି

ସଙ୍ଗରେ ରୋହିଣୀ ସୂତ।

 

ହାସ୍ୟରସ ବ୍ୟଙ୍ଗ ଲେଖାରେ ମୋହରି

କିଏ ହେବରେ ପ୍ରକଟ?

ଯଦୁମଣି ମହାପାତ୍ର ମୋର ନାମ 

ମୁଁ ପରା ଉତ୍କଳ ଘଣ୍ଟ।

 

“ମାତୃଭୂମି ମାତୃଭାଷାର ମମତା 

ଯା ହୃଦେ ଜନମି ନାହିଁ,”

ମେହେର କବି ମୁଁ ଗଙ୍ଗାଧର ନାମ

ତା ପାଇଁ ଆସିଛି ଧାଇଁ।

 

ନାରୀ କବି ମୁହିଁ ବିଦୂତପ୍ରଭା ଦେବୀ

ମାଗୁଛି ଲୋ ତୋତେ ମାଟି,

“କେଉଁଠି ହଜିଛି ଖୋଜିଦେ ମୋର

ଚେତନାର ଚାବିକାଠି।”

       

  ଶିଖରପୁର, କଟକ

 

Related posts

ମସୀହା ପ୍ରଭାବ –  ଦଶ ଦିନ ଅନ୍ଧାର ରେ ରହିବା ପରେ:ମଞ୍ଚାଗାଁ ଛାତ୍ରାବାସ ଓ ବିଦ୍ୟାଳୟ ପାଇଲେ ବିଦ୍ୟୁତ ସେବା

Sunil Chandra Nayak

ବସ୍ତାରେ ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ 

Sunil Chandra Nayak

ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମୀ : ୪-ଜି ତୁଳନାରେ ୧୦ଗୁଣା ଅଧିକ ଗତିରେ ଚାଲିବ ଇଣ୍ଟରନେଟ୍

Sunil Chandra Nayak

Leave a Comment

error: Content is protected !!