ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ବଶୁର ଘରୁ ଯୁବକ ନିଖୋଜ, ଦୁଇ ଦିନ ପରେ ମିଳିଲା ଶବ

ଲାଞ୍ଜିଗଡ,୧୫/୦୩-ଲାଞ୍ଜିଗଡ଼ ବ୍ଲକ ଭଟ୍ଟାଙ୍ଗପଦର ଗ୍ରାମପଞ୍ଚାୟତ ହାତୀଗାଁର ଜଣେ ଯୁବକ ନିଜ ଶ୍ବଶୁର ଘର କୋଏଲଗାଁକୁ ଯାଇ ସେଠାରେ ନିଖୋଜ ହୋଇଯାଇଥିବାବେଳେ ଆଜି ଭଟାଙ୍ଗପଦର ଡ୍ୟାମ୍ ରୁ ତାଙ୍କ ଶବ ଉଦ୍ଧାର କରିଛି ସଦର ଥାନା ପୁଲିସ ! ସୂଚନାନୁଯାୟୀ, ହାତୀଗାଁର ହରି ମାଝୀ(୩୦) ନାମକ ଜଣେ ଯୁବକ ରବିବାର ଦିନ ନିଜ ଶ୍ବଶୁର ଘର କୋଏଲଗାଁକୁ ଯାଇଥିଲେ ! ତେବେ ସେଦିନ ସନ୍ଧ୍ୟାରୁ ସେ ନିଖୋଜ ହୋଇଯାଇଥିବାବେଳେ ଶ୍ବଶୁର ଘର ଓ ପରେ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ ! ତେବେ ଆଜି ସକାଳୁ ଭଟାଙ୍ଗପଦର ଡ୍ୟାମ୍ ରେ ତାଙ୍କ ଶବ ଭାସୁଥିବା ଦେଖି କିଛି ଲୋକେ ସଦର ଥାନା ପୁଲିସକୁ ଖବର ଦେଇଥିଲେ ! ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ! ତେବେ ହରିଙ୍କ ମ୍ରୁତ୍ୟୁକୁ ନେଇ ସନ୍ଦେହ ସ୍ରୁଷ୍ଟି ହେଉଥିଲେ ହେଁ ପୁଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ! – ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍

Related posts

ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଖବର ପ୍ରକାଶନ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଲିଗୁଡା ସ୍କୁଲ ପରିଦର୍ଶନ

Sunil Chandra Nayak

ଆରମ୍ଭ ରୁ ଭାଜପା କୁ ଝଟକା

Sunil Chandra Nayak

Leave a Comment

error: Content is protected !!