ଲାଞ୍ଜିଗଡ଼-କୋଇଲା ବୋଝେଇ କରି ଏକ ଟ୍ରକ ଯାଉଥିବାବେଳେ ପୋଖରୀବନ୍ଧ ଛକ ନିକଟରେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ! ସମ୍ଭାବ୍ୟ ବିପଦକୁୂ ସାମ୍ନାରେ ଦେଖି ଚାଳକ ଜଣକ ଟ୍ରକଟିକୁ ଛିଡ଼ା କରିଦେଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗକୁ ଫୋନ କରିଥିଲା ! ଖବର ପାଇବା କ୍ଷଣି ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ଇନ୍ସପେକ୍ଟର ମନୋରଞ୍ଜନ ପାଢ଼ୀଙ୍କ ନିର୍ଦ୍ଦେଶରେ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ବଡ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ ! ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷେପ ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟାଳି ଦିଆଯାଇପାରିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି !
ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ