ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାନବିଲ ଫାଟି ମେଲାହେଲଣି_ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ନବରଙ୍ଗପୁର ୩୧/୭(ମନିସ) ନବରଙ୍ଗପୁର ଜିଲ୍ଲାରେ ଆଉ ଆଗ ଭଳି ମେଘ ଦେଖା ଯାଉନି, କି କଳାହାଣ୍ଡିଆ ବର୍ଷା ଆସୁନି।ଚାଷୀ ମୁଣ୍ଡରେ ହାତ ଦେଇ କଳାହାଣ୍ଡିଆ ମେଘ ଆସିଲେ ଧାନ ଜମିରେ ଧାନ ଚାରା ବଡ଼ ଖୁସି ମନରେ ରୋପଣ କରୁଥିଲେ।ବିଲ୍ ରେ ସୁନ୍ଦର ସୁନ୍ଦର ଆଦିବାସୀ ସଙ୍ଗୀତ ଗାଇ ଗାଇ ଚାଷ ରୁଆ କାମ କରୁଥିଲେ। ଚାଷୀ ବ୍ୟାଙ୍କ ଋଣ ସହିତ କିଛି ଗ୍ରାମର ସାହୁକାର ମାନଙ୍କ ଠାରୁ ଧାର ଉଧାର କରିବା ସହିତ ନିଜ ଜମିକୁ ଚାଷ କରୁଛି ସତ ହେଲେ ଚାଷୀ କୁ ଇନ୍ଦ୍ର ଦେବତା ସହାୟ ହେଉନାହାନ୍ତି। ପ୍ରକୃତି ଉପରେ ଭରଷା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଶହ ଶହ ଏକର ଧାନ ଜମି ସୁଖି  ଆଁ କରି ବସିଛି।ଆଗକୁ ବର୍ଷା ନ ହେଲେ ଚାଷୀ କଣ କରିବେ, କିଭଳି ପରିବାର ଚଳିବେ ଓ ଆଣିଥିବା ଧାର ଉଧାର ରୁଣ ପରିଷୋଧ କରିବେ। ଟାଣ ଖରା ହେଉଛି ଜମିରେ ପାଣି ଆଉ ନାହି, ତିନି ଚାରି ଦିନ ମଧ୍ୟରେ ବର୍ଷା ଆସିବାକୁ ଇନ୍ଦ୍ର ଦେବତା କୁ ଡାକିବା ସହିତ ହମ ଜମ୍ ଆରମ୍ଭ କରି ଦେଇଛନ୍ତି । କେଉ କେଉଁ ଗ୍ରାମରେ ବେଙ୍ଗ ବେଙ୍ଗୁଲି ବିବାହ କଲେ ବର୍ଷା ହେବ ବୋଲି ପୁରାଣ ଯୁଗରୁ ବର୍ଣ୍ଣିତ ତଥ୍ୟ ଅନୁସାରେ ସମସ୍ତ ନିୟମ ଆରମ୍ଭ କରି ଦେଇଛନ୍ତି।ଏହି ବିଷୟ କୁ ନେଇ କୃଷି ବିଭାଗୀୟ ଅଧିକାରୀ ମାନେ ବର୍ଷା ଆମ ହାତରେ ନାହି ବୋଲି ହାତ ଟେକି ଦେଉଛନ୍ତି। ଜଣେ ବ୍ଲକ କୃଷି ଅଧିକାରୀ ନିଜ ନାମ ଗୋପନ କରି କହିଛନ୍ତି ମୁଁ ନିଜେ ଜଣେ କୃଷକ ପରେ ସରକାରୀ କର୍ମଚାରୀ ମୋ ଜମିରେ କୌଣସି ପ୍ରକାର ଜଳ ନେବାକୁ ପୋଖରୀ କି ନାଳ ନାହି ମୁ ତ ଚିନ୍ତାରେ ଅଛି ବୋଲି କହିଛନ୍ତି। ବିଶେଷ କରି ଜିଲ୍ଲା ର ଚନ୍ଦାହାଣ୍ଡି,,ଝରିଗାଁ, ପାପଡାହାଣ୍ଡି,, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି , ନବରଙ୍ଗପୁର, କୋଷାଗୁମୁଡ଼ା ସମେତ ଜିଲ୍ଲାର ଅଧିକାଂଶ ବ୍ଲକ ରେ ବର୍ଷା ଅଭାବ ଯୋଗୁ ଜମି ଆଁ କରି ବସିଛି ତୁରନ୍ତ ଜିଲ୍ଲା ସ୍ତରୀୟ କୃଷି ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସମଗ୍ର ଜିଲ୍ଲା ର ଚାଷୀ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ 

Related posts

ବାଘିଆଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସୁରକ୍ଷିତ , ଶ୍ରେଣୀଗୃହ ମରାମତି ନେଇ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Sunil Chandra Nayak

ଜୁନାଗଡ ଏନ୍ ଏ ସି କାଉନ୍ସିଲ୍ ଦ୍ଵିତୀୟ ବୈଠକ , ଉନ୍ନୟନ୍ନ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର

ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ଦେବଗିରି ନାଟ୍ୟ ସମ୍ମାନ,କୃଷିରେ ବୈଷ୍ଣବ ସାହୁ, ପ୍ରକାଶଙ୍କୁ ଶିଳ୍ପୀ ସମ୍ମାନ 

Sunil Chandra Nayak

Leave a Comment

error: Content is protected !!