ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରଫେସର ଜେ କେ ରାଓଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଲୋଚକ ଭାବେ ଡାକ୍ତର ସୁଶାନ୍ତ କୁମାର ପାଣି ଆଲୋଚ୍ୟ ବିଷୟ ଗୀତିକବିତାରେ ଆଧ୍ୟାତ୍ମିକ ଚେତନା ସଂପର୍କରେ ଆଲୋଚନା କରିଥିଲେ । ଡାକ୍ତର ଶ୍ରୀ ପାଣି ପୂରାତନ କବିଙ୍କ ଗୀତି କବିତାକୁ ସ୍ବର ଦେବାସହ ରାଧା କୃଷ୍ଣଙ୍କ ଶାସ୍ବତ ପ୍ରେମ କିପରି ଗୀତିକବିତା ମାଧ୍ୟମରେ ପରିପୁଷ୍ଟନ ହୋଇଛି ମତ ରଖିଥିଲେ। ଏହି ଅବସରରେ କିଶୋରୀ ମୋହନ କର ‘ ଜରାଶ୍ରମ’ ସଂପର୍କରେ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକ ଓ ରଶ୍ମି ସାହୁଙ୍କ ସଂଯୋଜନାରେ କବି ସର୍ବଶ୍ରୀ ତାରିଣୀ ଚରଣ ସାହୁ,ଅଜୟ କୁମାର ମହାନ୍ତି,କୁଞ୍ଜବିହାରୀ ରାଉତ, ପ୍ରଫୁଲ୍ଲ କୁମାର ସାମଲ,ତ୍ରିଲୋଚନ ମଥାନ,ନିବେଦିତା ନନ୍ଦ,ସୁବାସ ଚନ୍ଦ୍ର ଲେଙ୍କା,ବବିତା ମହାଳିକ,ଉର୍ବଶୀ ଦାଶ ପତି,ଉପେନ୍ଦ୍ର ବସ୍ତିଆ, ସୁଶ୍ରୀ ଶ୍ରେୟସୀ ସାହୁ,ଜ୍ଞାନରଂଜନ ମିଶ୍ର,ପ୍ରକାଶ ଚନ୍ଦ୍ର ସେଠୀ ଓ ସଂଯୋଜକ ଦ୍ବୟ କବିତା ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଙ୍କ ସଭପତିତ୍ବ ଓ ସାଧାରଣ ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରସନ୍ନ କୁମାର ସାବତ, ବିଦ୍ୟୁତପ୍ରଭା ସାବତ,ସୁଜାତା ସାହୁ, ଗୀତାଞ୍ଜଳୀ ମହାରଣା,କୌଶଲ୍ଯା ମହାରଣା,ପ୍ରିୟା ପାତ୍ର,ନିରୁପମା ଚାନ୍ଦ, ବିବେକ କୁମାର ପାତ୍ର,ରବିନ୍ଦ୍ର ଠାକୁର, ଦୀପ୍ତିଲତା ବେହେରା,କମଳ ଆଚାର୍ଯ୍ୟ, ଅଶୋକ କୁମାର ପଟ୍ଟନାୟକ,ନିରୁପମା ପାଣି,ରାଧାମୋହନ ନାୟକ,ଅରବିନ୍ଦ ପାତ୍ର,କବିତା ଦାଶ,ଗଦାଧର ରଥ,ଅନୀଲ କୁମାର ଦାଶ,ଗୌତମ ଦାସ,ଶରତଚନ୍ଦ୍ର ରାଉତ ଓ ଅଜୟ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଫୋନ ମାଧ୍ୟମରେ ଚାକିରୀ ଲୋଭ ଦେଖାଇ ଯୁବତୀ ଚାଲାଣ !

Sunil Chandra Nayak

ଆଲୋକ ର ପର୍ବ ପାଇଁ ଦୀପ ପ୍ରସ୍ତୁତ , ଆଶା ଭଲ ବିକ୍ରି ର 

Sunil Chandra Nayak

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘ ର ବିଧାୟକ ଙ୍କୁ ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!