ଆମେରେ ଅମୃତ ସନ୍ତାନ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଆମେରେ ଅମୃତ ସନ୍ତାନ
ସ୍ନେହ ପ୍ରେମ ପ୍ରୀତି ଆମରି ହୃଦୟେ
ଆମେ ସଦା ଅମଳିନ
ଆମେରେ ଅମୃତ ସନ୍ତାନ…(୦)
ବିଭୁଙ୍କ କୃପାରେ ଏ ଧରା ବକ୍ଷରେ
ମଣିଷ ଜନମ ପାଇ
ହସି ହସାଉଛୁ ସକଳ ପରାଣ
ତାଙ୍କରି ନିର୍ଦ୍ଦେଶ ନେଇ
କେବେ ନ ଥିଲା କି ଏବେ ମଧ୍ୟ ନାହିଁ
ବିରସ ଭାବ ଏ ମନ…..(୧)
ନେବାର ଶିଖିନୁ ଦେବା ଜାଣି ଅଛୁ
ଯାହାକୁ ଲୋଡ଼ା ଯେପରି
ଦୟା ,ଧର୍ମ, ନ୍ୟାୟ କ୍ଷମାର ଭଣ୍ଡାର
ସିଏ ଟି ଦେଇଛି ଭରି
କେବେ ହାରି ନାହୁଁ ହାରିବୁନି କେବେ
ପଣ କରିଛୁ ଏ ମନ…..(୨)
ପରମ ପିତାର କରୁଣା ଅପାର
ତାହା ସରି କିଏ ନାହିଁ
ଚଉଦ ଭୁବନ ଠାକୁର ବୋଲାଏ
ନୀଳାଚଳ ଧାମେ ରହି
ସିଏ ପିତା ମାତା ଆତ୍ମୀୟ ସୋଦର
ତାହା ଠାରେ ଥାଉ ଧ୍ୟାନ…(୩)