ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମେରେ ଅମୃତ ସନ୍ତାନ

ଆମେରେ ଅମୃତ ସନ୍ତାନ

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଆମେରେ ଅମୃତ ସନ୍ତାନ

ସ୍ନେହ ପ୍ରେମ ପ୍ରୀତି ଆମରି ହୃଦୟେ

ଆମେ ସଦା ଅମଳିନ

ଆମେରେ ଅମୃତ ସନ୍ତାନ…(୦)

 

ବିଭୁଙ୍କ କୃପାରେ ଏ ଧରା ବକ୍ଷରେ

ମଣିଷ ଜନମ ପାଇ

ହସି ହସାଉଛୁ ସକଳ ପରାଣ

ତାଙ୍କରି ନିର୍ଦ୍ଦେଶ ନେଇ

କେବେ ନ ଥିଲା କି ଏବେ ମଧ୍ୟ ନାହିଁ

ବିରସ ଭାବ ଏ ମନ…..(୧)

 

ନେବାର ଶିଖିନୁ ଦେବା ଜାଣି ଅଛୁ

ଯାହାକୁ ଲୋଡ଼ା ଯେପରି

ଦୟା ,ଧର୍ମ, ନ୍ୟାୟ କ୍ଷମାର ଭଣ୍ଡାର

ସିଏ ଟି ଦେଇଛି ଭରି

କେବେ ହାରି ନାହୁଁ ହାରିବୁନି କେବେ

ପଣ କରିଛୁ ଏ ମନ…..(୨)

 

ପରମ ପିତାର କରୁଣା ଅପାର

ତାହା ସରି କିଏ ନାହିଁ

ଚଉଦ ଭୁବନ ଠାକୁର ବୋଲାଏ

ନୀଳାଚଳ ଧାମେ ରହି

ସିଏ ପିତା ମାତା ଆତ୍ମୀୟ ସୋଦର

ତାହା ଠାରେ ଥାଉ ଧ୍ୟାନ…(୩)

ଫୁଲବାଣୀ, କନ୍ଧମାଳ

Related posts

ପ୍ରାଣୀ ସହାୟତା ଆମ୍ବୁଲାସ ସେବା କାହା ସ୍ବାର୍ଥ ରେ , ବିପଦବେଳେ ଦେଖା ମିଳୁ ନାହିଁ

Sunil Chandra Nayak

ମାଳି ଗୁଡା ଗ୍ରାମର ଶ୍ରେୟା ନଭି ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ

ରାଧାମୋହନ ପୂଜାହାରୀ ଙ୍କ କବିତା – ମୁଁ ଫୁଲଟିଏ….ମୋତେ ଫୁଟିବାକୁ ଦିଅ”

Sunil Chandra Nayak

Leave a Comment

error: Content is protected !!