ବୌଦ୍ଧ – 24/10 – ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଅଞ୍ଚଳର ଟ୍ରାକ୍ଟର ମାଲିକ ସଂଘ କଣ୍ଟାମାଳ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ମତେ , କଣ୍ଟାମାଳ ତହସିଲ ଅନ୍ତର୍ଗତ ପଲସାଗୋରା ଅଞ୍ଚଳର ଟ୍ରାକ୍ଟର ମାଲିକ ମାନେ ନିକଟସ୍ଥ କିର୍ଲା ତେଲନଦୀ ଘାଟରୁ ବାଲି ଆଣି ଅଞ୍ଚଳର ଲୋକମାନଙ୍କୁ ଘର ତିଆରି ପାଇଁ ଯୋଗାଉଛନ୍ତି । କିନ୍ତୁ ଏହି ବାଲି ଘାଟର ନିଲାମଧାରି ବ୍ୟକ୍ତି ଜଣକ ଏହି ଟ୍ରାକ୍ଟର ମାନଙ୍କ ଠାରୁ ନିଲାମ ଟଙ୍କା ଅସୁଲ କରି କୌଣସି ରସିଦ ଦେଉନାହାନ୍ତି । ଯାହା ଫଳରେ ଟ୍ରାକ୍ଟର ମାଲିକ ମାନେ ବେଳେ ବେଳେ ରାଜସ୍ବ ନୀରିକ୍ଷକ ଓ ତହସିଲଦାରଙ୍କ ହାବୁଡ଼ରେ ପଡ଼ି ମୋଟା ଅଙ୍କର ଟଙ୍କା ଜୋରିମାନା ଗଣୁଛନ୍ତି । ଆଉ ବେଳେବେଳେ ଜୋରିମାନା ଦେଇ ନ ପାରିଲେ ତହସିଲଦାର ମହାଶୟ ଟ୍ରାକ୍ଟର ମଧ୍ୟ ଜବତ କରୁଛନ୍ତି । ତେଣୁ ରସିଦ ନ ଦେବା ଦ୍ୱାରା ସରକାରଙ୍କ ଖୋଲାଖୋଲି ରାଜସ୍ବ ହାନି ହେଉଥିବା ନେଇ ଟ୍ରାକ୍ଟର ମାଲିକ ମାନେ କଣ୍ଟାମାଳ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେଣୁ ବିନା ରସିଦରେ ବାଲି ରୟାଲିଟି କାଟୁଥିବା ଲୋକଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହାର ସମାଧାନ ସହ ଆବଶ୍ୟକୀୟ ରସିଦ ଯୋଗାଇ ଦେବାକୁ ସଂଘର ସଦସ୍ୟ ମାନେ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି । ଏ ବିଷୟରେ କଣ୍ଟାମାଳ ତହସିଲଦାର କଣ୍ଠ ମଲ୍ଲିକଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସଂଘର ସଭାପତି ସୀତିକଣ୍ଠ ମିଶ୍ର ( ମୁନା ) , ସୁଶୀଲ କୁମାର ପ୍ରହରାଜ , ରାମ ସେଠୀ , ଅଜିତ୍ କୁମାର ପ୍ରଧାନ , ଗୋପାଳ ମିଶ୍ର , ଜ୍ଞାନ ରଞ୍ଜନ ମହାପାତ୍ର , ଜୀତେନ୍ଦ୍ର ପୁଟେଲ , ସରୋଜ କୁମାର ଗୁରୁ , ନରେଶ ଚନ୍ଦ୍ର ଦଳବେହେରା , ସନ୍ଦୀପ ବିଶ୍ବାଳ , ଅଶୋକ କୁମାର ପ୍ରଧାନ , ଧ୍ରେନ୍ ନାଏକ , ଆର୍ତ୍ତତ୍ରାଣନାଗ , ହେମନ୍ତ ନାଗ ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ