ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ମେଘା ପ୍ରକଳ୍ପ 

ଗୋଳାମୁଣ୍ଡା /ମସିହା/ତା ୨୧/୨କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୋରଗୁଡା ପଞ୍ଚାୟତର ବନ୍ଧାଗାଁ ନିକଟରେ ଏକ ମେଘା ପ୍ରକଳ୍ପ କାମ ଦ୍ରୁତଗତିରେ ଚାଲିଛି । ସୂଚନାରୁ ପ୍ରକାଶ ଯେ,ଉକ୍ତ ପ୍ରକଳ୍ପ ପାଇଁ ଗତ ତା୦୮/୦୭/୨୧ଦିନ ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସଂମାନିତ ଅତିଥି କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ଡା ଓ ଅନ୍ୟାନ୍ୟ ଅତିଥି ଙ୍କ କର କମଲ ରେ ଉଦଘାଟନ କରିଥିଲେ, ହେଲେ ଆଜକୁ ଛଅ ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟର ସୂଚନା ଫଳକ ନାହିଁ, ଏହି କାମଟି ବିନା ସୂଚନା ଫଳକରେ କାମ ଚାଲିଛି । କାମର ଅଟକଳ ପରିମାଣ କେତେ କେଉଁ ଠିକାଦାର କାମ କରୁଛି,କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟର ଶେଷ ତାରିଖ ସମ୍ପର୍କରେ ଆମ ଗଣମାଧ୍ୟମ ପ୍ରତିନିଧି କାମ ଆରମ୍ବ ହୋଇଥିବା ସ୍ଥାନକୁ ଯାଇ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ହେଲେ କେହି ବି ଉତ୍ତର ଦେଇ ନ ଥିଲେ । କୋଟି କୋଟି ଟଙ୍କାର କାମ ଚାଲିଛି ହେଲେ ବିଭାଗୀୟ ଯନ୍ତ୍ରୀମାନଙ୍କ ବିନା ଉପସ୍ଥିତିରେ କାମ ଚାଲିଛି ବୋଲି ଗାଁ ଲୋକେ ଅଭିଯୋଗ କରିଥିଲେ । ଏ ସୁଯୋଗ ନେଇ ଠିକାଦାରମାନେ ନିମ୍ନମାନର କାମ କରୁଥିବା ଲୋକଲୋଚନରେ ଜୋର ଚର୍ଚ୍ଚା ଧରିଛି । ନବ ନିର୍ମିତ ମେଘା ପ୍ରକଳ୍ପଟିର ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ମଧୁଚନ୍ଦ୍ରିକା ରେ କାମ ହେଉଛି ବୋଲି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁବାଷ ପଣ୍ଡାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ସନ୍ତୁଷ୍ଟ ଜନକ ଉତ୍ତରଦେଇ ନ ଥିଲେ । ପରେ ସହକାରୀ ଯନ୍ତ୍ରୀ ଧର୍ମଗଡ଼ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭବାନୀପାଟଣା ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ତାଙ୍କର ଫୋନ ବିଛିନ୍ନତା ଯୋଗୁଁ ଯୋଗାଯୋଗ ହୋଇ ପାରି ନ ଥିଲା । ସୂଚନା ଫଳକ ନ ଥାଇ କୋଟି କୋଟି ଟଙ୍କା ମେଘା ପ୍ରକଳ୍ପ କାମ ଚାଲିଛି ତାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା, ପ୍ରତିନିଧି,

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଗଳ୍ପ ଦୁର୍ଦଶା

Sunil Chandra Nayak

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

ଜୟପାଟଣା ରେ ଶୀତଳ ଷଷ୍ଠୀ ପାଇଁ ମାତା ପାର୍ବତୀ ଙ୍କ ନିର୍ବନ୍ଧ ସମ୍ପନ୍ନ

Leave a Comment

error: Content is protected !!