ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ – ତିରିଂରେ ବଜ୍ରପାତରେ ଯୁବକର ମୃତ୍ୟୁ

 ମୟୂରଭଞ୍ଜ୫/୬/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ସିଗଦି ଗ୍ରାମରେ ଜନୈକ ଯୁବକର ବଜ୍ରପାତରେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ସୂଚନାଯୋଗ୍ୟ ଶନିବାର ଦିନ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ତିରିଂ ଅଂଚଳରେ ଘନ ଘନ  ବିଜୁଳି ହୋଇଥିଲା । ସିଗଦି ଗ୍ରାମର ସାଙ୍ଗମା ସାମଦ(୩୯) ଘର ଅଗଣାରେ ଠିଆ ହୋଇଥିବା ବେଳେ ହଠାତ୍ ଘର ଉପରେ ଚଡ଼କ ପଡ଼ିଥିଲା ।ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ସହ ତାଙ୍କ ଉପରେ ପଡିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ତାଙ୍କ ସ୍ତ୍ରୀ ଟୁସୁ ସାଂସଦ ମଧ୍ୟ ବଜ୍ରପାତ ଯୋଗୁଁ ସାମାନ୍ୟ ଆହତ ହୋଇଥିଲେ ।ଖବର ପାଇ ତିରିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ମାଙ୍ଗତାଙ୍କୁ ଆଜି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ତିରିଂ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଶୋଭlଗିନୀ ନନ୍ଦ ଙ୍କ କବିତା ଭାଗ୍ୟ

Sunil Chandra Nayak

ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁପୂର୍ଣିମା ପାଳିତ

Sunil Chandra Nayak

ମାମି ପାତ୍ର ଙ୍କ କବିତା ନାଉରିଆ ଭାଇରେ ନାଉରିଆ  ଭାଇ

Sunil Chandra Nayak

Leave a Comment

error: Content is protected !!