ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ବ୍ଲକ ଅନ୍ତର୍ଗତ ତିନୋଟି ପେକ୍ସ ରେ ତିନି ଉପସଭାପତି ପଦ ପାଇଁ ଜଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

କଲମପୁର ୭/୭(ମସିହା) କଲମପୁର ପେକ୍ସ ରେ ମଂଯୁକ୍ତା ସାହୁ, ମଣ୍ଡଳ ରେ ଏନ. ସୁନିତା ଏବଂ ବଡ଼ କୁଟରୁ ରୁ ଅନିରୁଦ୍ଧ ନାଗ ବୋଲି ବିଭାଗୀୟ ପକ୍ଷରୁ ସୂଚନା ମିଳିଛି l ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କ ଜଣ ଜଣଙ୍କ ନୋମିନେସନ ହେବାରୁ ଅପ୍ରତିଦ୍ବନ୍ଦି ଭାବେ ଉପସଭାପତି ପାଇଁ ନିର୍ବାଚିତ ବୋଲି ବୋର୍ଡ ଡାଇରେକ୍ଟର, ସହଯୋଗୀ ଏବଂ କର୍ମଚାରୀ ବୃନ୍ଦ ସମ୍ବର୍ଦ୍ଧନା କରିଛନ୍ତି l କଲମପୁର ରେ ନିର୍ବାଚନ ଅଧିକାରୀ ଭାବେ ପିଇଓ ବିକାଶ ମୋହନ ମାଝୀ ଦାୟିତ୍ୱ ରେ ଥିବାବେଳେ ସମ୍ପାଦକ ତ୍ରିଭୁବନ ପ୍ରଧାନ ସହଯୋଗ କରିଥିଲେ l ମଣ୍ଡଳ ରେ ପିଇଓ ରାମଚନ୍ଦ୍ର ନାଏକ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ଥିବା ବେଳେ ସମ୍ପାଦକ ନବୀନ ନାଗ ସହଯୋଗ କରିଥିଲେ l ବଡ଼କୁଟରୁ ରେ ଜିଲ୍ଲା କପୋରେଟିଭ ସୋସାଇଟି ର କୁମୁଦ ରଞ୍ଜନ ରଣା ସମ୍ପାଦକ ଷଷ୍ଠୀ ପ୍ରସାଦ ସୁନାନୀ ସହଯୋଗ କରିଥିଲେ l

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର କଳାହାଣ୍ଡି

Related posts

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

ଆରପାରି ରେ ସମସ୍ତଙ୍କ ପ୍ରିୟ ଗାନ୍ଧିବାଦୀ ସମାଜସେବୀ ଘାସିରାମ ପାଟ୍ଟଯୋଷୀ

Sunil Chandra Nayak

ଉଦିୟମାନ ଯୁବନେତା ମଣ୍ଟୁ ନାଏକ ହେଲେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ବରିଷ୍ଠ ଉପ ସଭାପତି

Sunil Chandra Nayak

Leave a Comment

error: Content is protected !!