ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଯୁବ ସମାଜସେବୀ ରାଜେଶ ମହାକୁଡ଼

ବାଲେଶ୍ଵର,୦୭/୭- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା କଲେ ଖଇରା ଅଞ୍ଚଳର ଯୁବ ନେତା ତଥା ସମାଜସେବୀ ଇଂ ରାଜେଶ ମହାକୁଡ଼ ଏବଂ ଖଇରା ଅଞ୍ଚଳର ଯୁବ ସାମ୍ବାଦିକ ଅବିନାଶ ପ୍ରଧାନ। ଚଳିତ ବର୍ଷ ଖଇରା ବ୍ଲକରେ ମୋଟ ୫୭ଟି ହାଇସ୍କୁଲରେ ୨୯୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୮୯୫ଜଣ କୃତକାର୍ଯ୍ୟ କରିଛନ୍ତି । ସେଥିମଧ୍ୟରୁ ଅନ୍ତରା ମହାତୀପୁର ବାଇଧର ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବର୍ଷା ମହାପାତ୍ର ୫୮୯ ମାର୍କ ରଖି ଖଇରା ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଛନ୍ତି । ଏହାଜାଣି ଖଇରା ଅଞ୍ଚଳର ଯୁବନେତା ତଥା ଯୁବ ସମାଜସେବୀ ରାଜେଶ ମହାକୁଡ଼ ଏବଂ ଯୁବ ସାମ୍ବାଦିକ ଅବିନାଶ ପ୍ରଧାନ ବର୍ଷାଙ୍କ ଘରକୁ ଯାଇ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଯୁବ ସମାଜସେବୀଙ୍କ ଏହି ସମ୍ବର୍ଦ୍ଧନା ଆଗକୁ ବଢିବାର ପ୍ରେରଣା ଯୋଗାଇବ ବୋଲି ବର୍ଷା ପ୍ରକାଶ କରିବା ସହିତ ସେ ବେଶ ଖୁସି ଥିବା କହିଛନ୍ତି । ବର୍ଷା ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କର ଏହି କୃତକାର୍ଯ୍ୟ ପାଇଁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବାପା ମାଙ୍କୁ ଶ୍ରେୟ ଦେଇଛନ୍ତି । ଝିଅ ବର୍ଷା ଖଇରା ଅଞ୍ଚଳରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବାରୁ ତାଙ୍କ ବାପା ନଟବର ମହାପାତ୍ର ଏବଂ ମା ବିମଳିନୀ ମହାପାତ୍ର ବେଶ ଖୁସିଥିବା କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ 

Sunil Chandra Nayak

ଜଣା ଅଜଣା….ଅଦ୍ଭୁତ ଓ ଆଶ୍ଚର୍ଯ୍ୟ !!

Sunil Chandra Nayak

ଅଲ ଓଡିଶା ଆଶା କର୍ମୀ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!