ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଜୀବନ ଯନ୍ତ୍ରଣା

 ଜୀବନ ଯନ୍ତ୍ରଣା

 ତ୍ରିଲୋଚନ ପାଢ଼ୀ 

ସୁଅ ମୁଁହରେ 
ପତର ପରି 
ଜୀବନ ଯନ୍ତ୍ରଣାମୟ 
ଜୀବନ ଅଛି ତ 
ଯନ୍ତ୍ରଣା ରହିବ 
କରିବାନି କେବେ ଭୟ. 
ଏଇତ ଜୀବନ 
ଜୀବନ୍ତ ମରଣ 
ଯନ୍ତ୍ରଣା ତ ପ୍ରତି କ୍ଷଣେ 
ଦେଖି ହୁଏ ନାହିଁ 
ଦେଖାଇ ହୁଏନା 
ଅନ୍ତର କ୍ଷତକୁ କାରେ. 
କହି ହୁଏନି କି 
ସହି ହୁଏ ନାହିଁ 
ମନ ଗହନ ଯନ୍ତ୍ରଣା 
ବଞ୍ଚିଥିବା ଯାଏ 
ସହିବାକୁ ହେବ 
ବାଧା, ବିପଦ, ଯାତନା. 
ନୀଳକଣ୍ଠ ଭଳି 
ବିଷ ପାନ କରି 
ସହିଲେ ସବୁ ଯନ୍ତ୍ରଣା 
ଜୀବନ ନାଟକେ 
ସଫଳ ଚରିତ୍ର 
ଭାବରେ ହୋଇବା ଗଣା. 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର,
ନାଉଗାଁ ସା, ପୋ. ନନ୍ଦିଗ୍ରାମ 
ଭାୟା. ନାଉଗାଁ ହାଟ ଜିଲ୍ଲା. ଜଗତସିଂହପୁର 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଦୁହିତା

Sunil Chandra Nayak

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଆମର୍ କଥା ତୁମର୍ ଲଥା

Sunil Chandra Nayak

Leave a Comment

error: Content is protected !!