ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା କାଶତଣ୍ଡୀ

   କାଶତଣ୍ଡୀ

ଶରତର ଆଗମନେ
ନଈ ପଠା ଉପବନେ।।
କାଶତଣ୍ଡୀ ହସି ହସି
ଶରତେ ଆସେ ଝଲସି।।
ଅପରୁପ ଅପାଶୋରା
ଧବଳ ଧାରଣ ଧରା।।
କାନ୍ତିନୀ ଚାରୁ ସୁଷମା
ମୃଦୁ ନୃତ୍ୟର ପ୍ରତିମା।।
କାଶତଣ୍ଡୀ ଶୁଭ୍ର ଶୋଭା
ଅତ୍ୟନ୍ତ ସେ ମନ ଲୋଭା।।
ଶ୍ୱେତ ରଙ୍ଗ ବର୍ଣ୍ଣବିଭା
ଚକ୍ଷୁ ପ୍ରୀତ କରେ ସଦା।।
ସଜାଇ ପ୍ରୀତି ପୁଲକ
ଶୋଭା ତା’ ଅମାପ ସୁଖ।।
ଦେଖିଲେ ତା ପ୍ରତି ଛବି
କରେ ସତ୍ତା ଅନୁଭବି।।
ବାୟୁ ହିଲ୍ଲୋଳରେ ଖେଳେ
ଆଶ୍ଵିନର ଅନୁକୂଳେ।।
କାଶତଣ୍ଡୀ ଝରାଙ୍କୃତ
ସୁଶ୍ରୀ ଶୁଭ୍ର ବସ୍ତ୍ରାବୃତ।।
ଅପୂର୍ବ ରୁପ ନାୟୀକା
କଦମ୍ବ ବଧୂଳି ରୁପା।।
ଆଲଟ ଚାମର ଝର
ଝୁଲେ ଲୋଟି ବାରମ୍ବାର।।
ଶୋଭାମୟୀ ଲାସ୍ୟରତା
ଧରଣୀ ବକ୍ଷେ ଅଙ୍କିତା।।
ସ୍ବଚ୍ଛ ଶୋଭାମୟ ବେଳ
ଲାଗେ ଦେବୀଙ୍କ ଗହଳ।।
କି ସୁନ୍ଦର ଧରାଧାମ
ଆଶ୍ଵିନ ଉତ୍ସବ ଦିନ।।
   

       ମମତା ସାହୁ

         ଗାଈଗାଁ,କଳାହାଣ୍ତି

Related posts

ଇଣ୍ଡସ ପବ୍ଲିକ ସ୍କୁଲ କୁନି ଛାତ୍ର ଛାତ୍ରୀ ଙ୍କ ହର ଘର ତ୍ରିରଙ୍ଗା ଅଭିଯାନ

Sunil Chandra Nayak

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!