ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା/ଅଗଷ୍ଟ ୧୯ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଛି ବିଶ୍ୱ ଫୋଟୋଗ୍ରାଫର ଦିବସ। ଏହି ଅବସରରେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌-ଆର୍‌ପିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଥମେ ଭଞ୍ଜଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଉରକେଲା ଇସ୍ପାତ କାରଖାନାର ସହର ପ୍ରଶାସନ ଓ ସିଆଏସ୍‌ଆର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅଜୟ ନାୟକ ଯୋଗଦେଇ ସଂଘର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦିବସ ପାଳନକୁ ସ୍ମରଣିୟ କରିବା ପାଇଁ କେକ୍‌ କଟାଯାଇଥିଲା। ଏହି ଅବସରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ନେଇ ଗଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶ୍ରଦ୍ଧା’ର ଅନ୍ତେବାସୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଆର୍‌ପିଏ ପକ୍ଷରୁ ଶ୍ରଦ୍ଧା ଅନୁଷ୍ଠାନକୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ନାୟକ। ଆର୍‌ପିଏର ସଭାପତି ଅତୁଲ ସାଙ୍ଘଭିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ଆସୋସିଏସନ ର ବରିଷ୍ଟ ସଦସ୍ୟ ମାନଙ୍କ ସହିତ କୋଷାଧ୍ୟକ୍ଷ କେ ଉମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆର୍‌ପିଏର ସଦସ୍ୟମାନେ ଟେଲିଫୋନ ଭବନ ନିକଟସ୍ଥ ପତାକା ସ୍ତମ୍ଭ ନିକଟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ପତାକା ସ୍ତମ୍ଭ ପର୍ଯ୍ୟନ୍ତ ଯାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆର୍‌ପିଏର ଉପସଭାପତି ପ୍ରକାଶ ମହାକୁଲ ଓ ସନ୍ତୋଷ ସଂଯୋଜନା ଓ ସଞ୍ଚାଳନ କରିଥିଲେ। ଏଥିରେ ଆର୍‌ପିଏ ର ଶତାଧିକ ସଦସ୍ୟ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲା ପ୍ରାଥମିକ ଶିକ୍ଷକ ଏକ୍ସ- କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଜିଲା ସ୍ତରୀୟ ବୈଠକ

Sunil Chandra Nayak

ଖଣି ବନ୍ଦ ଯୋଗୁଁ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ବିରୋଧ

Sunil Chandra Nayak

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

Leave a Comment

error: Content is protected !!