ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ସଂସାର ଜଞ୍ଜାଳେ ଘାଣ୍ଟି ହେଉଅଛି

    କେବେ ମିଳିବ ମୋ ସୁଖ

ତୋ ପଥ ଚାହିଁଛି ଅନାଇ ରହିଛି

   ଆହେ କଳା ପଦ୍ମ ମୁଖ।

ଜଳ ସ୍ଥଳ ନଭ ତୁମକୁ ଖୋଜୂଛି

      ହସି ଦିଅ ଦରଶନ

ଭେଟିଲେ କହିବି ମୋଦୁଃଖ କାହାଣୀ

     ହେବା ପାଇଁ ପାଦ ମାନ।

ସମୟ କହିଲେ ପ୍ରତୀକ୍ଷା କରିବି

   କ’ଣ ଦେବ ଭକ୍ତି ଦାନ

ଗାଉଛି ଜଣାଣ ଭଜନ କୀର୍ତ୍ତନ

    ସବୁ ପରା ତୁମ ଦାନ।

ଏଇ କଣ୍ଠେ ସ୍ବର ତାଳ ଲୟ ଦେଇ      

    ଶିଖାଇଛ କେତେ ଗୀତ

ସେ ଗୀତ ଗାଉଛି ତୁମରି ଆଗରେ

     ପଦ ଜନ କି ଅମୃତ ।

ତୁମ ନାମ ପଦ ଅମୃତ ଝରୁଛି

    ପାପ ସବୁ ଯାଏ ଛାଡି

ଶୁଣି ତୁମ ପଦ ଆସେ ଭକ୍ତି ମାର୍ଗ

    ପ୍ରଣାମ ମୋ ପାଦ ଯୋଡ଼ି।

ଯେତେ ଯାହା କୁହ ମୁହିଁ ତୁମ ପଥ

    ରହିଛି ମୁ ଅନୁସରି

ଆସିଲେ କହିବି ମୋ ସଂସାର କଥା

   ଗୁପ୍ତରେ କରିବ ପାରି।

ହାତ ଗୋଡ଼ ନାହିଁ ତଥାପି ବୁଝୁଛ

    କାନ ନାହିଁ ଏବେ ଶୁଣ

ମୋ ଭାବକୁ ଶୁଣ ଅନ୍ତେ ଗୁଣ କଥା

    ଘେନି କହେ ମୋ ପ୍ରଣାମ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ସାମ୍ବାଦିକ ଙ୍କୁ ଉପେକ୍ଷା ନେଇ ସାମ୍ବାଦିକ ସଂଘର  ତୀବ୍ର ପ୍ରତିବାଦ

Sunil Chandra Nayak

ଭବାନୀପାଟଣା ରେ ଚୋର ଦଳ ସକ୍ରିୟ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ରକ୍ଷା ବନ୍ଧନ

Sunil Chandra Nayak

Leave a Comment

error: Content is protected !!