ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଗଣଧାରଣା

ପ୍ରତିଶୃତି ନୁହେଁ,କାର୍ଯ୍ୟକାରୀ ଦାବୀ

ମ.ରାମପୁର,୨୨/୧୧(ମସୀହା): କଳାହାଣ୍ଡି ମ.ରାମପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଆଜି ଛଅ ଦଫା ଦାବୀ ନେଇ ଏକ ଶୋଭାଯାତ୍ରା ସହିତ ଗଣଧାରଣା ଦେଇଛନ୍ତି। ମ.ରାମପୁର ବ୍ଲକ ଅଙ୍ଗନୱାଡ଼ି ସଂଘ ସଭାପତି ପଞ୍ଜୁରୀ ସୁନା ଏବଂ ସଂପାଦିକା ମଞ୍ଜୁଲତା ମିଶ୍ର ଙ୍କ ନେତୃତ୍ୱରେ ମ.ରାମପୁର ଚାରିଛକ୍ ଧର୍ମଶାଳାଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡ଼ିପିଓଙ୍କ ଜରିଆରେ ଛଅ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଦାବୀ ସମୂହ ହେଉଛି ; ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟମିତ କରିବା,କର୍ମୀ ଓ ସହାୟିକା ଙ୍କ ବେତନ ବୃଦ୍ଧି,ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡ଼ି କର୍ମୀ ମାନ୍ୟତା, ଗ୍ରାଚୁଇଟି ଲାଗୁ କରିବା,ଶିଶୁ ବିକାଶ ଯୋଜନାକୁ ଉଚ୍ଛେଦ୍ଦ କରିବା ସହିତ ନିୟମିତ କରିବା ଆଦି ଦାବୀ ରହିଛି । ତେବେ ଏଥର ଆଉ ପ୍ରତିଶୃତି ନୁହେଁ କାର୍ଯ୍ୟକାରୀ ନ ହେବା ଯାଏଁ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସଂଘ ଚେତାବନୀ ଦେଇଛି । ଏହି ଧାରଣାରେ ମ.ରାମପୁର ପ୍ରକଳ୍ପର ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଯୋଗଦେଇଥିଲେ l ଏଥିରେ ରଞ୍ଜୁଲତା ପଟ୍ଟନାୟକ, ସୁକାନ୍ତି ପ୍ରହରାଜ, ରୁକୁଣୀ ପୁରୋହିତ,ପୁଷ୍ପଲତା ନାଏକ,ମଞ୍ଜୁଳା ସେଠ୍‌,ଭାଗ୍ୟବତୀ ତାଣ୍ଡି,ହେମବାଳା ପ୍ରହରାଜ,ସୁଚିତ୍ରା ଡ଼ାକୁଆ, ସୁରଭି ରଣା,ଯମୁନା ମାଝୀ ,ଧ୍ୟାନବତୀ ଘିଭେଲା, ପୁଷ୍ପାଞ୍ଜଳୀ ପୁଝାରୀ, ବୀଣାପାଣି ସାହୁ, ଜାହ୍ନବୀ ସିଂହ,ହୀରାବତୀ ସାହୁ, ପ୍ରମୁଖ ସହଯୋଗ କରିଥିଲେ ।

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

Sunil Chandra Nayak

ଖାଟୁଶ୍ୟାମ ବାବାଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଜୀବନ ଯମୁନା

Sunil Chandra Nayak

Leave a Comment

error: Content is protected !!