ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜାରୀଗୁଡା ଗ୍ରାମ ରେ ପଶିଲା ଭାଲୁ ଲୋକେ ଆତଙ୍କିତ

ଚନ୍ଦାହାଣ୍ଡି 21/7(ମନିସ )-– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଗ୍ରାମରେ ଜଙ୍ଗଲୀ ଭାଲୁ ପଶିବା ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି l ଘଟଣା ସ୍ଥଳ ରେ ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ, ଚନ୍ଦାହାଣ୍ଡି ଫରେଷ୍ଟର ପ୍ରଦୀପ କୁମାର ଦାଶ ଏବଂ ବନବିଭଗ ଟିମ ଭାଲୁ କୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ନେଇ ଫରେଷ୍ଟର ପ୍ରଦୀପ କୁମାର ଦାଶ ପ୍ରକାଶ କରିଛନ୍ତି l ଜଙ୍ଗଲୀ ଭାଲୁ ଆହତ ଏବଂ ଭୟଭୀତ ହୋଇ ପଡି ପୂଜାରୀଗୁଡା ଖଲିଆବନ୍ଦ ଏକ ବାଉଁଶ ବୁଦାରେ ପଶି ଯାଇ ଥିବା ବନବିଭାଗ ଅନୁମାନ କରୁଛି l ରାତି ହେଲେ ଭାଲୁ ଯେପରି ବାହାର କୁ ବାହାରି ମନୁଷ୍ୟ କୁ ଆକ୍ରମଣ ନ କରେ ସେଥିପାଇଁ ବନ ବିଭାଗ ଜଗିକି ରହିଛି l ଭାଲୁ କୁ ସେଠାରୁ ସୁରକ୍ଷା ଭାବରେ ବାହାର କରି ଚିକିତ୍ସା କରିବା ପାଇଁ ସାଧାରଣ ରେ ଦାବୀ କରାଯାଇଛି l ଯଦି ଭାଲୁ ଲୋକଙ୍କ ଭୟରେ ରାତିରେ ନଯାଏ ତେବେ କାଲି ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ତ୍ରାଙ୍ଗୁଲାଇଜର ଦିଆଯାଇ ଭାଲୁ ଉଦ୍ଧାର କରାଯିବ ବୋଲି ଚନ୍ଦାହାଣ୍ଡି ବନପାଳ କହିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ଜେଜେଏମ୍‌ ଯୋଜନାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

Sunil Chandra Nayak

ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

Sunil Chandra Nayak

କୋଣାର୍କ ପୁସ୍ତକ ମେଳା ସମ୍ମାନ -୨୦୨୨ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!