ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଞ୍ଚାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରବାସ ସାତ ଦିନ ହେଲାଣି ବିଦ୍ୟୁତ ସେବାରୁ ବଞ୍ଚିତ: ସ୍ନାନ ଶୌଚ ଓ ରନ୍ଧନ ପାଇଁ ପାଣି ସମସ୍ୟା

 ତେନ୍ତୁଳିଖୁଣ୍ଟି ୨୮/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତଥା ଉକ୍ତ ବିଦ୍ୟାଳୟ ର ଛାତ୍ରାବାସ ରେ ମଧ୍ୟ ବିଦ୍ୟୁତ ସାତ ଦିନ ହେବ ନ ଥିବାରୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ନାନା ଅସୁବିଧା ଭୋଗ କରୁଛନ୍ତି। ବିଦ୍ୟାଳୟ ର 106 ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନଳକୂପ ରୁ ପାଣି ବୋହି ଆଣି ରୋଷେଇ କରିବାକୁ ପଡୁଛି। ସେପଟେ ଛାତ୍ରାବାସରେ ବିଦ୍ୟୁତ ନଥିବାରୁ ଅନ୍ତେବାସୀ ଙ୍କ ସ୍ନାନ ଶୌଚ ଠାରୁ ଆରମ୍ଭ କରି ପାନୀୟ ପାଇଁ ନଳକୂପ ରୁ ପାଣି ନେଇ ବ୍ୟବହାର କରିବାକୁ ପଡୁଛି। ନଳକୂପ ନିକଟରେ ସ୍ନାନ ପରେ ନିର୍ଗମନ ଜଳ ଯେଉଁ ମାର୍ଗରେ ଯାଉଛି ତାକୁ ନେଇ ମଧ୍ୟ ଗୋଟିଏ ପାର୍ଶ୍ଵ ରେ ଜମି ଵାଲା ଅନ୍ୟ ପାର୍ଶ୍ଵ ରେ ଗ୍ରାମବାସୀ ଆପତ୍ତି କରୁଛନ୍ତି। ଅନ୍ତେବାସୀ ଦ୍ବିଧାରେ ! 40 ରୁ ପଚାଶ ଅନ୍ତେବାସୀ ଏକ ମାତ୍ର ନଳକୂପ ରୁ ସ୍ନାନ ଶୌଚ ଆଦି ପାଇଁ ପାଣି ନେଇ ନିତ୍ୟକର୍ମ ସାରି ବିଦ୍ୟାଳୟ ସମୟରେ ଉପସ୍ଥିତ ହେବା ବିଳମ୍ବ ହେଉଛି। ସେପଟେ ରାତି ଦଶ ପର୍ଯ୍ୟନ୍ତ ଆଉ ପଢି ହେଉନି ,।ବିଦ୍ୟାଳୟ ପାଠପଢା ଶେଷ ପରେ ପାଞ୍ଚ ରୁ ଛ ଟା ମଧ୍ୟରେ ହୋମ ୱାର୍କ ଶେଷ ନକରିଲେ ଆଉ କରି ହେଉନି। ଅତିରିକ୍ତ ପାଠ ପଢିବା ଆଲୋକ ଅଭାବ ରୁ ଅସମ୍ଭବ ହୋଇ ପଡିଛି। କ୍ୟାଣ୍ଡେଲ ଲଗାଇ ଅଳ୍ପ ସମୟ ପଢି ହେଉଛି ସେପଟେ ମଶା ଉପଦ୍ରବ ପଢେଇ ଦେଉନି ମହମ ବତୀ ଆଲୁଅରେ ବେଶି ସମୟ। ବିଦ୍ୟାଳୟ କୁ ଯେଉଁ ଟ୍ରାନ୍ସଫର୍ମର ରୁ ବିଦ୍ୟୁତ ଆସୁଥିଲା ସେହି ଟ୍ରାନ୍ସଫର୍ମର ମିଲ ଆଦିର ଅତିରିକ୍ତ ବୋଝ ଯୋଗୁଁ ପୋଡି ଯାଇଛି। ଆଜକୁ ସାତ ଦିନ ହେବ ମଞ୍ଚ।ଗାଁ ର ଦୁଇଟି ସାହି ଓ କଷ୍ଟି ଗୁଡ଼ାରେ ବିଦ୍ୟୁତ ନାହିଁ। ବିଭାଗୀୟ ଯନ୍ତ୍ରୀ ଙ୍କୁ ଅବଗତ କରାଯାଇଛି। କିନ୍ତୁ କେବେ ବିଦ୍ୟୁତସେବା ଯୋଗାଇ ଦିଆଯିବ ସ୍ପଷ୍ଟ ଉତ୍ତର ମିଳୁନି। ଆଜି ଦିନ ତମାମ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାକୁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ଲାଗିନଥିବା କହିଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବା ପରେ ବିଦ୍ୟାଳୟ ର ତଥା ଛାତ୍ରାବାସ ର ମିଟର ନଥିବା ଦେଖି ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ,ନା ବିଦ୍ୟାଳୟ ନା ଛାତ୍ରାବାସ ନାମରେ ବିଦ୍ୟୁତ ଗ୍ରାହକ ନମ୍ବର ନଥିବା ବିଭାଗରୁ ଉତ୍ତର ମିଳିଲା। ସେ ବିଦ୍ୟାଳୟ ଓ ଛାତ୍ରାବାସ ପାଇଁ ବିଦ୍ୟୁତ ଗ୍ରାହକ ନମ୍ବର ଦେବାକୁ ଉଚିତ ପ୍ରକ୍ରିୟାରେ ଆବେଦନ କରିଛନ୍ତି। ଏଯାଏଁ କିଛି ଅଗ୍ରଗତି ହୋଇନି। ବର୍ତ୍ତମାନ ପ୍ରଶ୍ନ ଛାତ୍ରଛାତ୍ରୀ ଏବେ କରିବେ କଣ? ବିଦ୍ୟାଳୟ ଓ ଛାତ୍ରାବାସ ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ ଦିଆଗଲେ ସମାଧନ ହୋଇ ପାରିବ ନଚେତ ଅନ୍ୟ ଟ୍ରାନ୍ସଫର୍ମର ବିଦ୍ୟାଳୟ ଠାରୁ 400 ମିଟର ଦୂରରେ ରହିଛି ସେହି ଟ୍ରାନ୍ସଫର୍ମର ରୁ ବିଦ୍ୟୁତ ଦିଆଯାଉ ବୋଲି ମତ ପ୍ରକାଶ ପାଉଛି। ଛାତ୍ରାବାସ ପରିଚାଳନା କରୁଥିବା ମଙ୍ଗଳ ବିଭାଗ ନା ବିଦ୍ୟାଳୟ ଗଣଶିକ୍ଷା ବିଭାଗ କିଏ ତ୍ୱରିତ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରି ବିଦ୍ୟୁତସେବା ଯୋଗାଇଦେବେ ଦେଖିବାକୁ ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ର ଡିଇଓ ଭିଜଲାନ୍ସ ଜାଲରେ ଧରା ପଡିଲେ

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ପ୍ରକୃତି କରୁଛି ଖେଦ

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

Sunil Chandra Nayak

Leave a Comment

error: Content is protected !!