ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ଉଦ୍ୟମ କାମରେ ଆସିଲା , ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଘରୋଇ ବସ ଚାଲିଲା

 କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜି ଠାରୁ ଚଳାଚଳ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବସ ଟି ଫୁଲବାଣୀରୁ ବାହାରି ତିଳକ ପଡ଼ା, କଲାଡ଼ି, ଘୋଡା ଗାଡୁ , ଭୁକ୍ତା କନାଲି, ବଡଭୁଇଁ, ଆଡ଼ାସି ପଡ଼ା, ଲାଇନ ପଡ଼ା ଦେଇ ଚକାପାଦ ଯିବାକୁ ସ୍ଥିରୀକୃତ ହୋଇଛି। ଏହି ଗ୍ରାମ ଗୁଡ଼ିକୁ ବସ ଯୋଗାଯୋଗ ନ ଥିବାରୁ ଗ୍ରାମବାସୀ ବିଶେଷ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଏସବୁ ଗ୍ରାମରୁ ଶହ ଶହ ଲୋକ ନିଜର ଜୀବନଜୀବିକା ପାଇଁ ଫୁଲବାଣୀ ସହର ଉପରେ ନିର୍ଭର କରନ୍ତି। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ, ଉପ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ ସଭ୍ୟ ଦିଲୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଶତ୍ରୁଘନ ମହାନ୍ତି, ପ୍ରସନ୍ନ ପଟ୍ଟନାୟକ,ଫିଲେ ମୋହନ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ରାଜକିଶୋର ବେହେରା, ପ୍ରସନ୍ନ ସାହାଣୀ, ସର୍ବେଶ୍ଵର ମିଶ୍ର ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବସ ଚଳାଚଳ ଶୁଭାରମ୍ଭ ପରେ ପ୍ରତ୍ୟେକ ଗ୍ରାମରେ ଜନ ସାଧାରଣ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା ଓ ସେମାନେ ରାସ୍ତା ରେ ବନ୍ଧା ପନା   କରିଥିଲେ। ଗତ ୨ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଫୁଲବାଣୀ ଘରୋଇ ବସ ମାଲିକ ସଂଘ ସହାୟତା ର ହାତ ବଡ଼ାଇ ଥିଲା।

କନ୍ଧମାଳ ରୁ ଫିଲେ ମୋହନ ନାୟକ ଙ୍କ ରିପୋର୍ଟ 

Related posts

ଚାଷୀଙ୍କ ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଲେ ଚାଷୀ ସଂଘ ସଭାପତି ବୃନ୍ଦାବନ ତ୍ରିପାଠୀ

Sunil Chandra Nayak

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ 

Sunil Chandra Nayak

ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!