ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର୍ ନାଏକ,ବିଜେଡି ଛାଡ଼ିଲେ

ଧର୍ମଗଡ:୦୭/୧୦/୨୨:  ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟତା ଛାଡିଲେ । ଆଜି ସେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଙ୍କୁ ଏହି ମର୍ମ ରେ ଏକ ପତ୍ର ଲେଖି ଦଳ ରୁ ଇସ୍ତଫା ଦେଇଛନ୍ତି । ସ୍ଥାନୀୟ ହୋଟେଲ୍ ରୟାଲ ପେଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି ।

    ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ନାଏକ ୨୦୧୭ ମସିହାରୁ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ରହିଥିବା ବେଳେ ଗତ ୨୦୧୯ ରେ କଂଗ୍ରେସ ଦଳ ଛାଡ଼ି ବିଜେଡ଼ି ଦଳ ରେ ଯୋଗ ଦେଇଥିଲେ । ଛାତ୍ର ଜୀବନ ରୁ ସେ ରାଜନୀତି ସହିତ ଜଡିତ ରହି ଥିବା ବେଳେ ବର୍ତ୍ତମାନ ସେ ମାନଝରୀ ପଞ୍ଚାୟତ ର ସମିତି ସଭ୍ୟ ଏବଂ ପଣ୍ଡରା ମାଳି ସମାଜ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଛନ୍ତି । ତେବେ ବିଜେଡ଼ି ରେ ଯୋଗ ଦେବା ତିନିବର୍ଷ ମଧ୍ୟରେ ସେ ନିୟମିତ ଭାବେ ଦଳ ରେ ତାଙ୍କୁ ଅଣଦେଖା କରା ଯାଉଥିବା ସହ କୋଣ ଠେଶା କରା ଯାଉଥିବା ଅଭିଯୋଗ କରିବା ସହ ଏଥି ପାଇଁ ମୁଖ୍ୟତଃ ଜୁନାଗଡ ବିଧାୟକ ଙ୍କୁ ସେ ଦାୟୀ କରିଛନ୍ତି । ଆଗାମୀ ଦିନରେ ଆହୁରୀ ଅନେକ ନେତା ଓ କର୍ମୀ ବିଜେଡ଼ି ଦଳ ଛାଡିବେ ବୋଲି ସେ ସୂଚନା ଦେଇଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Sunil Chandra Nayak

ବିଜୁ ଜନତା ଦଳ ତରଫରୁ ନୁଆଁଖାଇ ଭେଟଘାଟ ପାଳିତ

Sunil Chandra Nayak

ଗଡପଦର ଶକ୍ତି ପୀଠ ର ନୂତନ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!