ନୂଆପଡା ଜିଲ୍ଲା କୋମନା ପାଇକପଡାରୁ ଅବକାରୀ ବିଭାଗ ଚଢାଉ କରି ବେଆଇନ୍ କଫ୍ ସିରଫ୍ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳେ ଖଡିଆଳ ଅବକାରୀ ବିଭାଗ କୋମନା ପାଇକପଡାରେ ଜନୈକ ବ୍ୟକ୍ତିଙ୍କ ଘରେ ଚଢାଉ କରି ଥିଲା । ପାଇକପଡାର ଅଭେଲ କୁମାର ନାଏକଙ୍କ ଘରୁ ବେଆଇନ୍ ଭାବେ ଗଚ୍ଛିତ ଥିବା ୯୦ ବୋତଲ କଫ୍ ସିରଫ୍ ଜବତ କରିଛନ୍ତି । କଫ୍ ସିରଫ କାରବାର ଅଭିଯୋଗରେ ଅଭେଲ କୁମାର ନାଏକଙ୍କୁ ଗିରଫ କରା ଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post