ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶ୍ରମ ର ଅବହେଳା ଯୋଗୁ ଚିକିତ୍ସା ପାଇବାରେ ବିଳମ୍ବ , ଛାତ୍ରୀ ଙ୍କ ମୃତ୍ୟୁ ଅଭିଯୋଗ 

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନେହେନା ଗାଁ ରେ ଥିବା ସେବାଶ୍ରମ ର ପ୍ରଥମ ଶ୍ରେଣୀ ର ଅନ୍ତେବାସୀ ଛାତ୍ରୀ ସେବାଶ୍ରମ ର ଅବହେଳା ଯୋଗୁ ଚିକିତ୍ସା ପାଇବାରେ ବିଳମ୍ବ ହେବାରୁ ବୁଧୁବାର ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଖଡ଼ିଆଳ ବ୍ଲକର ମହୁଲକୋଟ ଗାଁ ର ଡିଙ୍ଗର ଭୋଇ ଙ୍କ ୨ ଝିଅ ପ୍ରଥମ ଓ ସପ୍ତମ ଶ୍ରେଣୀ ରେ ନେହେନା ସେବାଶ୍ରମ ରେ ରହି ପଢ଼ନ୍ତି।ଗତ କାଲି ପ୍ରଥମ ଶ୍ରେଣୀ ର ଛାତ୍ରୀ ସିବାନି ଭୋଇ ବୟସ (୮) ଙ୍କୁ ଜ୍ଵର ହେଉଥିବା ନେଇ ଆଶ୍ରମ ର ପ୍ରଧାନ ଶିକ୍ଷକ ସକାଳ ଏଗାର ଘଣ୍ଟାରେ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଛାତ୍ରୀ କୁ ନେଇଥିଲେ। ଚିକିତ୍ସିତ ଅବସ୍ଥା ରେ ଛାତ୍ରୀ ଚାରିଟା ସମୟରେ ମୃତ୍ୟୁ ବରଣ କରିଥିଲା।ଛାତ୍ରୀ ର ବାପା ଡିଙ୍ଗର ଭୋଇ ଙ୍କୁ ଡାକି ସାଙ୍ଗରେ କିଛି ଶିକ୍ଷକ ମହୁଲ କୋଟ ଗାଁ କୁ ଯାଇ ଛାତ୍ରୀ ର ଶବ ସତ୍କାର କରିଥିଲେ। ଆଜି ଗୁରୁବାର ମୃତ ଛାତ୍ରୀ ର ପରିବାର ଲୋକେ ଆଶ୍ରମର ଅବହେଳା ଯୋଗୁଁ ଛାତ୍ରୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣିବା ଶହ ଘଟଣା ର ତଦନ୍ତ ପାଇଁ ଖଡ଼ିଆଳ ଥାନା ରେ ଅଭିଯୋଗ କରିଛନ୍ତି। ଆଶ୍ରମ ରେ ରହି ପଢ଼ୁଥିବା ମୃତ ଛାତ୍ରୀ ର ବଡ଼ ଭଉଣୀ ନିଜ ଭଉଣୀ ପାଇଁ ଶିକ୍ଷକ ଦାଇ ବୋଲି ଅଭିଯୋଗ କରିଛି।ମୃତ ଭଉଣୀ କୁ ୩ ଦିନ ହେଲା ଜ୍ଵର ହେଉଥିବା ବେଳେ ତା ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ନେଇ ପ୍ରଧାନ ଶିକ୍ଷକ ଙ୍କୁ ଜଣାଇଥିଲେ ହେ ଚିକିତ୍ସା ପାଇଁ  ନେଇ ନଥିଲେ ଅବସ୍ଥା ଗୁରୁତର ହେବାରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ଅଭିଯୋଗ କରିଛି।ଏହି ଘଟଣା କୁ ନେଇ ପରିବାର ଲୋକେ ଖଡ଼ିଆଳ ରୁ ସିନାପାଲି ରାସ୍ତା ର ନେହେନା ଗାଁ ଠାରେ ରାସ୍ତା ଅବରୋଧ ଶହ ଧାରଣା ରେ ବସିଥିଲେ।ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବାର କୁ ସହାୟତା ଦାବି କରିଛନ୍ତି। ଏହି ଘଟଣା କୁ ତଦନ୍ତ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ା ନନ୍ଦକିଶୋର ତାଣ୍ଡି ,ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ,ଡ଼ା ରଞ୍ଜିତ କୁମାର ରାଉତ ତଦନ୍ତ ଚାଲୁ ରଖିଛନ୍ତି । ଅନ୍ୟ ପଟେ ଏହି ଧାରଣା ନିକଟକୁ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଓ ଖଡ଼ିଆଳ ଜନ ମଙ୍ଗଳ କାର୍ଯ୍ୟ ନିର୍ବାହି ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଶ୍ୱାସନା ପରେ ଧାରଣା ପ୍ରତ୍ୟହୁତ ହୋଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ମା’କାଳିଜାଇ

ତୀର୍ଯ୍ୟକ୍

Sunil Chandra Nayak

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

Leave a Comment

error: Content is protected !!